www.samajalive.in
Thursday, December 11, 2025
13.1 C
Bhubaneswar

ବଜାରକୁ ଆସିବ ସବୁଜ ଆତସବାଜି

ନୂଆଦିଲ୍ଲୀ: ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ – ସି.ଏସ୍‍.ଆଇ.ଆର୍‍. ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଆତସବାଜି ଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ନୂତନ ଜ୍ଞାନକୌଶଳ ବିକଶିତ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇ.ଏସ୍‍.ଆଇ.ଆର୍‍.ଦ୍ୱାରା ବିକଶିତ କେତେଗୁଡ଼ିଏ ଆଧୁନିକ ଆତସବାଜିକୁ ପ୍ରତର୍ଶିତ କରିଥିଲେ। ଏହି ଅବସରରେ ସେ ସି.ଏସ୍‍.ଆଇ.ଆର୍‍.ଦ୍ୱାରା ପ୍ରସ୍ତୁତ ଏହି ଆତସବାଜିଗୁଡ଼ିକ ବଜାରରେ ବିକ୍ରି ପାଇଁ ଉପଲବ୍ଧ ବୋଲି ଘୋଷଣା କରିଥିଲେ।

ବିଭିନ୍ନ ବାଣ କାରଖାନା ସହିତ ପ୍ରାୟ ୨୩୦ଟି ବୁଝାମଣା ପତ୍ର ଏବଂ ୧୬୫ଟି ସମ୍ମତି ପତ୍ର ସ୍ୱାକ୍ଷରିତ ହୋଇଥିବା ସେ କହିଥିଲେ। ସୁପ୍ରିମକୋର୍ଟଙ୍କ ପରାମର୍ଶ ଅନୁଯାୟୀ ସବୁଜ ଆତସବାଜି ପ୍ରସ୍ତୁତ କରାଯାଉଥିବା ସେ କହିଥିଲେ। ସବୁଜ ଆତସବାଜିର ମୂଲ୍ୟ ଏବେ ବଜାରରେ ମିଳୁଥିବା ଆତସବାଜି ମୂଲ୍ୟ ସହ ସମାନ କିମ୍ବା କମ ରହିବ। ସି.ଏସ୍‍.ଆଇ.ଆର୍‍. ନିର୍ଦ୍ଦେଶକ ଡଃ ରାକେଶ କୁମାର କହିଛନ୍ତି ଯେ ପୂର୍ବରୁ ପୋଟାସିଅମ ନାଇଟ୍ରେଟ ବ୍ୟବହାର କରି ୩୦ ପ୍ରତିଶତ କମ ଆଲୋକ ଏବଂ ଶବ୍ଦ ସୃଷ୍ଟିକାରୀ ଆତସବାଜି ପ୍ରସ୍ତୁତ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories