www.samajalive.in
Monday, December 8, 2025
24.1 C
Bhubaneswar

ପିଏମସି ବ୍ୟାଙ୍କ ପୂର୍ବତନ ଅଧ୍ୟକ୍ଷ ୱରିୟମ୍‍ ସିଂ ଗିରଫ

ମୁମ୍ବାଇ: ମୁମ୍ବାଇ ପୁଲିସ୍‍ର ଅର୍ଥନୈତିକ ଅପରାଧ ଶାଖା ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍‍ ବ୍ୟାଙ୍କରେ ହୋଇଥିବା ୪ ହଜାର ୩୫୫ କୋଟି ଟଙ୍କା ଠକେଇରେ ଜଡ଼ିତ ସେହି ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ୱରିୟମ୍‍ ସିଂଙ୍କୁ ଗିରଫ କରିଛି। ଏହି ଠକେଇ ମାମଲାରେ ଏହା ଚତୁର୍ଥ ଗିରଫଦାରି। ଅନ୍ୟପକ୍ଷରେ ସେହି ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଜୟ ଥୋମାସ୍‍ଙ୍କ ପୁଲିସ୍‍ ହେପାଜତ ସମୟସୀମା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅପରାଧ ଶାଖା ପକ୍ଷରୁ ଶୁକ୍ରବାର ଦିନ ଥୋମାସଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିବାରୁ ଅଧିକ ପଚରା ଉଚରା ପାଇଁ ପୁଲିସ୍‍ ତାଙ୍କୁ ହେପାଜତକୁ ନେବାକୁ କୋର୍ଟଙ୍କୁ ଜଣାଇଥିଲେ।

ପୂର୍ବରୁ ପୁଲିସ୍‍ ବ୍ୟାଙ୍କର ଅଧିକାରୀ ରାକେଶ ୱାଧବନ୍‍ ଏବଂ ତାଙ୍କ ପୁଅକୁ ଏହି ଘଟଣାରେ ଗିରଫ କରିଥିଲା। ସେମାନଙ୍କୁ ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ପୁଲିସ୍‍ ହେପାଜତରେ ରଖାଯିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories