www.samajalive.in
Friday, December 12, 2025
27.1 C
Bhubaneswar

ମେଧାବୃତ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ଜାରିକଲା ନିୟମାବଳୀ

ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ନିୟମାବଳୀ ଜାରି କରିଛି। ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏଥିସହିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ, ଓୟୁଏଟି, କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟକୁ ମଧ୍ୟ ସର୍କୁଲାର ଜାରି ହୋଇଛି। ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ, କିଟ୍‌ ବିଶ୍ବବିଦ୍ୟାଳୟ ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦିଆଯିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି, ଶ୍ରମ ଓ ନିୟୋଜନ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦିଆଯିବ। ଇ-ମେଧାବୃତ୍ତି ନିମନ୍ତେ ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି। ମେଧାବୃତ୍ତି ପାଇବାକୁ ହେଲେ ଛାତ୍ରଛାତ୍ରୀଙ୍କ ମାର୍କ ୬୦ପ୍ରତିଶତରୁ ଊର୍ଦ୍ଧ୍ବ ରହିବା ସହ ପିତାମାତାଙ୍କ ବାର୍ଷିକ ଆୟ ୬ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହୋଇ ନଥିବ। ଯୁକ୍ତ ୨ରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ପରବର୍ତ୍ତୀ କାଳରେ ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ, ବିବିଏ, ବିସିଏ ଓ ବିଜେଏମ୍‌ସି ପାଠ୍ୟକ୍ରମରେ ଅଧ୍ୟୟନ କରୁଥିଲେ ବର୍ଷକୁ ୫୦୦୦ ଟଙ୍କା ଲେଖାଏଁ ୩ ବର୍ଷ ପର୍ଯ୍ୟନ୍ତ ମେଧାବୃତ୍ତି ମିଳିବ। ଏହି କ୍ଷେତ୍ରରେ ମୋଟ ୩୦୦୦ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦିଆଯିବା ନିମନ୍ତେ ସରକାର ସ୍ଥିର କରିଛନ୍ତି। ଯୁକ୍ତ୩ କଳା, ବାଣିଜ୍ୟ ଓ ବିଜ୍ଞାନରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ସ୍ନାତକୋତ୍ତର ଅଧ୍ୟୟନ କରୁଥିଲେ ବର୍ଷକୁ ୧୦,୦୦୦ ଟଙ୍କା ଲେଖାଏଁ ଦୁଇବର୍ଷ ମେଧାବୃତ୍ତି ଦିଆଯିବ। ଏ କ୍ଷେତ୍ରରେ ସମୁଦାୟ ୧୫୦୦ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦିଆଯିବ। ସିଏଚ୍‌ଏସ୍‌ଇ, ସିବିଏସ୍‌ଇ ଓ ଆଇସିଏସ୍‌ଇ କିମ୍ବା ଏମ୍‌ବିଏ, ଏମ୍‌ସିଏ, ଏମ୍‌ଏଫସି ଏବଂ ଏମ୍‌ଏସ୍‌ଡବ୍ଲ୍ୟ ପାଠକ୍ରମରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍‌ କରିଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ବି.ଇ, ବି.ଟେକ୍, ଏମ୍‌ବିବିଏସ୍‌, ବିଡିଏସ୍‌, ବିସିଏ, ବିଏଚ୍‌ଏମ୍‌ଏସ୍‌, ବିଏଏମ୍‌ଏସ୍‌ ବି.ଫାର୍ମା, ବି.ଏସ୍‌(ନର୍ସିଂ) ଏବଂ ବି.ଏସ(ଏଗ୍ରିକଲଚର) ପଢୁଥିଲେ ବାର୍ଷିକ ୧୦,୦୦୦ ଟଙ୍କା ଲେଖାଏଁ ପାଠ୍ୟକ୍ରମର ଶେଷ ବର୍ଷ ପର୍ଯ୍ୟନ୍ତ ମେଧାବୃତ୍ତି ମିଳିବ। ଏହି ସବୁ ବିଭାଗଗୁଡିକରୁ ମୋଟ ୧୦,୦୦୦ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦିଆଯିବ। ଯେଉଁ ଛାତ୍ରଛାତ୍ରୀ ଓପନ ସ୍କୁଲ, ଡିଷ୍ଟାନ୍ସ କୋର୍ସ, ଡିପ୍ଲୋମା କୋର୍ସ, ଏମ୍‌. ଟେକ୍, ଇଣ୍ଟ୍ରିଗ୍ରେଟେଡ ବି.ଟେକ୍, ଏମ୍‌.ଫିଲ, ପି.ଏଚ୍‌ଡି, ବି.ଏଡ, ଏମ୍‌.ଏଡ, ବି.ଏସ୍‌ ବି.ଏଡ, ଇଣ୍ଟ୍ରିଗ୍ରେଟେଡ ବି.ଏଡ ଓ ଏମ୍‌.ଏଡ ଅଧ୍ୟନୟ କରୁଥିବେ ସେହି ଛାତ୍ରଛାତ୍ରୀ ମେଧାବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ। ଯେଉଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସରକାରୀ ସ୍ବୀକୃତି ପାଇ ନଥିବ ସେହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମେଧାବୃତ୍ତି ପାଇଁ ଆବେଦନ କରିପାରିବେ ନାହିଁ।
ମେଧାବୃତ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବ। ପରେ ଛାତ୍ରଛାତ୍ରୀ ଅନ୍‌ଲାଇନରେ ଆବେଦନ କରିବେ। ଆବେଦନ ବେଳେ ଛାତ୍ରଛାତ୍ରୀ, ଜାତି, ଆବାସିକ, ମାର୍କସିଟ୍‌, ବ୍ୟାଙ୍କ ଖାତା, ଆଧାର କାର୍ଡ ଓ ବାର୍ଷିକ ଆୟ ପ୍ରମାଣପତ୍ରକୁ ଜେରକ୍ସ କରି ଅପ୍‌ଲୋଡ କରିବେ। ମନୋନୟନ ପରେ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପଇଠ କରାଯିବ। ପୂର୍ବରୁ ପ୍ରତି ବିଭାଗ ଛାତ୍ରଛାତ୍ରୀଙ୍କୁ ମନୋନୟନ କରି ମେଧାବୃତ୍ତି ଦିଆଯାଉ ଥିଲା। ୨୦୧୯-୨୦ ଶିକ୍ଷାବର୍ଷ ମେଧାବୃତ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାର ସମସ୍ତ ବିଭାଗକୁ ଏକତ୍ର କରି କମନ ପୋର୍ଟାଲ କରିଛନ୍ତି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories