www.samajalive.in
Friday, December 12, 2025
17.1 C
Bhubaneswar

ଆଇସିସି ଦିନିକିଆ ମାନ୍ୟତା : ୧ନଂ ସ୍ଥାନ ବଜାୟ ରଖିଲେ କୋହଲି, ବୁମ୍‌ରା

ଦୁବାଇ : ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଦିନିକିଆ ମାନ୍ୟତା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟ୍‌ସମ୍ୟାନ୍ ଏବଂ ଭାରତୀୟ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ବୋଲର ମାନ୍ୟତାରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। କୋହଲିଙ୍କ ପଛକୁ ବ୍ୟାଟ୍‌ସମ୍ୟାନ୍ ମାନ୍ୟତାରେ ଭାରତୀୟ ଉପଅଧିନାୟକ ରୋହିତ ଶର୍ମା ୨ୟ ସ୍ଥାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରେ ୪ଟି ୱିକେଟ ନେଇଥିବା ପାକିସ୍ତାନୀ ବାମହାତି ପେସ୍ ବୋଲର ମହମ୍ମଦ ଆମିର ୬ଟି ସ୍ଥାନର ଉନ୍ନତି ପାକିସ୍ତାନର ବାମହାତି ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଫଖର ଜମାନ୍ ୨ଟି ସ୍ଥାନର ଉନ୍ନତି ଘଟାଇ ୧୬ଶ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟ ପାକ୍ ବ୍ୟାଟ୍‌ସମ୍ୟାନ୍ ହାରିସ୍ ସୋହେଲ୍‌ ୩ଟି ସ୍ଥାନର ଉନ୍ନତି ଘଟାଇ ୩୨ତମ ସ୍ଥାନରେ ଅଛନ୍ତି। ଦିନିକିଆ ମାନ୍ୟତାରେ ଏହି ସିରିଜ୍ ପରେ ପାକିସ୍ତାନ ୬ଷ୍ଠ ଓ ଶ୍ରୀଲଙ୍କା ୮ମ ସ୍ଥାନ ବଜାୟ ରଖିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories