www.samajalive.in
Friday, December 12, 2025
19.1 C
Bhubaneswar

ଗାଡ଼ି ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟକ୍ରମ : ଅନଲାଇନରେ ନେଲେଣି ୨.୨୩ଲକ୍ଷ ପ୍ରମାଣପତ୍ର

ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। କେବଳ ସେପ୍ଟେମ୍ବରରେ ରାଜ୍ୟର ୨୪୦ଟି ଗାଡି ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ୨ଲକ୍ଷ ୨୩ହଜାର ଜଣ ଗାଡିର ପଲ୍ୟୁସନ (ପ୍ରଦୂଷଣ) ପ୍ରମାଣପତ୍ର ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନେଇଛନ୍ତି ବୋଲି ବାଣିଜ୍ୟ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡ଼ି କରାଯାଇଥିଲା। ପ୍ରଦୂଷଣ ସାର୍ଟିଫିକେଟ ପାଇବା ପାଇଁ ଲୋକେ ପଲ୍ୟୁସନ କେନ୍ଦ୍ରରେ ନାହିଁ ନଥିବା ଭିଡ ଜମାଇଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସ ପାଇଁ ଯାଞ୍ଚ ପ୍ରକ୍ରିୟାକୁ କୋହଳ କରିଛନ୍ତି। ଏହି ସମୟ ମଧ୍ୟରେ ଗାଡିର ସମସ୍ତ ପ୍ରମାଣପତ୍ର ଯୋଗାଡ କରିବାକୁ ପରାମର୍ଶ ଦେଇଛନ୍ତି। ପଲ୍ୟୁସନ ପ୍ରମାଣପତ୍ର ଗାଡି ଚାଳକମାନଙ୍କୁ ଯୋଗାଇ ଦେବାକୁ ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଭିଡ଼କୁ ଦୃ​‌ଷ୍ଟିରେ ରଖି ରାଜ୍ୟରେ ୧୨୩ଟି ନୂତନ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ରାଜ୍ୟ ପରିବହନ ବିଭାଗ ଅନୁମତି ଦେଇଛି। ରାଜ୍ୟରେ ପୂର୍ବରୁ ୨୪୦ ଟି ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଥିବା ବେଳେ ଏଥିମଧ୍ୟରୁ କିଛି କେନ୍ଦ୍ରର ବିଭାଗର ୱେବସାଇଟ ସହ ଲିଙ୍କ ନଥିବାରୁ ଗାଡି ଚାଳକମାନେ ସାର୍ଟିଫିକେଟ ପାଇବା ନେଇ ସମସ୍ୟାରେ ପଡିଥିଲେ। ସଂପ୍ରତି ରାଜ୍ୟରେ ୩୬୩ଟି ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଉପଲବ୍ଧ ରହିଛି। ଏଥି ମଧ୍ୟରୁ ୨୬୩ଟି କେନ୍ଦ୍ର ବାହନ ୱେବସାଇଟ ସହ ଲିଙ୍କ ହୋଇଛନ୍ତି ଏବଂ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories