www.samajalive.in
Sunday, December 14, 2025
26.1 C
Bhubaneswar

ଘରେ ପଶି ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ

ରାଉରକେଲା: ଘରେ ପଶି ଜନୈକା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରାଉରକେଲାର ସେକ୍ଟର ୭ରେ ଗତ କାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ପୁଲିସ୍‍ ସୂଚନା ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଘରେ ନ ଥିବା ବେଳେ ରାତିରେ ଚାରିଜଣ ପଶି ବଳାତ୍କାର କରିଥିଲେ। ମହିଳା ଜଣକ ବିରୋଧ କରିବାକୁ ତାଙ୍କ ବଳାତ୍କାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସକାଳୁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଆଧାରରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଅଛନ୍ତି। ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୁଲିସ କହିଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବଳାତ୍କାର ଘଟଣା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଗତ ୧୫ ଦିନ ମଧ୍ୟରେ ୨୦ଟି ବାଳାତ୍କାର ଘଟଣା ପଦାକୁ ଆସିଛି। ଏଥିମଧ୍ୟରୁ ଅଧିକ ନାବାଳିକା ସମ୍ପୃକ୍ତ ଅଛନ୍ତି। ୨୦୧୭ରେ ରାଜ୍ୟରେ ୨୨୨୧ ଟି ବଳାତ୍କାର ଘଟଣା ଘଟିଥିବା ବେଳେ ୨୦୧୬ରେ ୨୧୪୪ଟି ବଳାତ୍କାର ଘଟଣା ଘଟିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories