www.samajalive.in
Thursday, December 11, 2025
13.1 C
Bhubaneswar

ଲକ୍ଷ୍ମୀପୁର ବ୍ଳକର ଖଜୁରୀପୁଟ ଗ୍ରାମକୁ ମିଳିଲା ଲୋକକଳା ସମ୍ମାନ

ଲକ୍ଷ୍ମୀପୁର : ଆଦିମ ଜନଜାତିଙ୍କ ଦ୍ବାରା ପ୍ରସିଦ୍ଧ ଲାଭ କରିଥିବା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଖଜୁରୀପୁଟ ଗ୍ରାମକୁ ମିଳିଲା ଲୋକକଳା ସମ୍ମାନ । ଏହି ଗ୍ରାମର ଆଦିମ ଅଧିବାସୀ ମାନେ ଢେମସା ନୃତ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଛି। କୋରାପୁଟର ପରବ ମାଧ୍ୟମରେ ଏମାନଙ୍କ ନୃତ୍ୟ ପରିବେଷଣ ସହିତ ବାଦ୍ୟ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିଛନ୍ତି। ପ୍ରଥମେ ୧୯୯୬ ମସିହାରେ କୋରାପୁଟର ତତ୍କାଳୀନ ଜିଲାପାଳ ସଞ୍ଜିବ ଚୋପ୍ରାଙ୍କ ଦ୍ବାରା ଆରମ୍ଭ ହେଉଥିବା ପରବ। ଉଦ୍ଦେଶ୍ୟ ଥିଲା ଆଦିମ ଜନଜାତି ମାନଙ୍କ ଲୁକାୟିତ କଳାକୁ ଲୋକ ଲୋଚନକୁ ଆଣିବା। ପ୍ରଥମେ ପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇ ବ୍ଲକ ଜିଲ୍ଲା ଏବଂ ପରେ ଜିଲ୍ଲା ସ୍ତରରେ ହେଉଥିଲା ପ୍ରତିଯୋଗିତା। ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳର କଳାକୁ ଏଥିରେ ସାମିଲ୍ କରାଯାଇଥିଲା। ଢେମସା ନୃତ୍ୟରୁ  ଆରମ୍ଭ କରି, ଗାଦବା ନୃତ୍ୟ, କୋୟ ନୃତ୍ୟ ଚାଙ୍ଗୁ ବାଦ୍ୟ, ଢାମ୍ପ, ମହୂରୀ, ବଂଶୀ ବାଦ୍ୟ  ଏବଂ ପରବର୍ତ୍ତୀ ସମୟରେ କ୍ରୀଡ଼ାକୁ ଏଥିରେ ସାମିଲ କରାଯାଇଥିଲା।

- Advertisement -

ତେବେ ଖଜୁରୀପୁଟ ଗ୍ରାମର ଢେମସା ଦଳ ପଞ୍ଚାୟତ ସ୍ତରରୁ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ଏବଂ ଜିଲା ସ୍ତରୀୟ ପରବ ପ୍ରତିଯୋଗିତାରେ ମଧ୍ୟ ସେମାନଙ୍କ ନୃତ୍ୟରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ପ୍ରଥମ ସ୍ଥାନ ହାସଲ କରୁଥିଲେ। ଏପରିକି ଏହି ଲୋକକଳା ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିବା ସହିତ ଯେଉଁଥିପାଇଁ କୋରାପୁଟ ଜିଲା ଏଥିପାଇଁ ଗୌରବାନ୍ବତ। ଯେଉଁଥିପାଇଁ ଖଜୁରୀପୁଟ ଗ୍ରାମକୁ ମିଳିଛି ଲୋକକଳା ସମ୍ମାନ। ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବୁଧବାର ଜିଲାପାଳ ମଧୁସୂଦନ ମିଶ୍ରଙ୍କ ସମେତ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ ଇଶ୍ବର ପାଣିଗ୍ରାହୀ, ପୁର୍ବତନ ସାସଂଦ ଝିନ ହିକକା, ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଜିଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠୀ ପ୍ରମୁଖ ଖଜୁରୀପୁଟରେ ପହଞ୍ଚି ପ୍ରଦାନ କରିଛନ୍ତି ଲୋକକଳା ସମ୍ମାନ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories