www.samajalive.in
Monday, December 8, 2025
20.1 C
Bhubaneswar

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ୨ଟି ଗିନିଜ୍‍ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ଯୁବ ଛାତ୍ରଛାତ୍ରୀ ଆଜି ଦୁଇଟି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି।
ଗୋଟିଏ ସ୍ଥାନରେ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ‘ପରିବେଶ ସୁରକ୍ଷା ଶିକ୍ଷା’ ପ୍ରଦାନ କରାଯାଇ ପ୍ରଥମ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରାଯାଇଥିଲା। ପାଖାପାଖି ୫ ହଜାର ଛାତ୍ରଛାତ୍ରୀ ଏହି ବିଶ୍ୱ ରେକର୍ଡରେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେଗୋଟିଏ ସ୍ଥାନରେ ମିଳିତ ଭାବେ ‘ସୌର ଆଲୋକ ଜଳାଇବା’ ବର୍ଗରେ ଦ୍ୱିତୀୟ ବିଶ୍ୱ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ଏଥିରେ ୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଘଟଣାସ୍ଥଳରେ ଉପସ୍ଥିତ ଥିବା ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡସର ଅଧିକାରୀଙ୍କ ଦ୍ୱାରା ପରବର୍ତୀ ସମୟରେ ପ୍ରକାଶ ପାଇବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ନିଜ ହାତ ଓ ହୃଦୟରୁ ସୌର ଲଣ୍ଠନ ପ୍ରସ୍ତୁତ କରିଛନ୍ତି । ଜୀବନ କାଳ ମଧ୍ୟରେ ଅତିକମରେ ୭ଟି ବୃକ୍ଷରୋପଣ କରି ନିଜସ୍ୱ ଅମ୍ଳଜାନ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ମଧ୍ୟ ସେ ଆହ୍ୱାନ କରିଥିଲେ । ୭୯ଟି ରାଷ୍ଟ୍ର ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ହୋଇଥିବା ନେଇ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ଜାଭଡେକର ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିବେଶ ପ୍ରତି ଅହିଂସା ଆଚରଣ କରିବା ଲାଗି ଶପଥ ପାଠ କରାଇଥିଲେ।
ଏହି ଅବସରରେ ଶକ୍ତି ମନ୍ତ୍ରୀ  ଆର.କେ ସିଂ କହିଥିଲେ ଯେ ସାରା ବିଶ୍ୱ ଜଳବାୟୁ ପରିବର୍ତନ ଭଳି ଗମ୍ଭୀର ବିପଦର ସମ୍ମୁଖିନ ହେଉଛି। ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ବିଶ୍ୱ ଛାଡ଼ିବା ନିମନ୍ତେ ଆମେ ସମସ୍ତେ ଶପଥ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଶକ୍ତିମନ୍ତ୍ରୀ ଆହୁରି କହିଥିଲେ ଯେ ଭବିଷ୍ୟତର ବିଶ୍ୱ ଉପଭୋକ୍ତାଙ୍କର ନୁହେଁ ବରଂ ଉତ୍ପାଦକମାନଙ୍କର ହେବ କାରଣ ପ୍ରତ୍ୟେକ ଘରେ ସୌର ବିଦ୍ୟୁତ ଉତ୍ପାଦିତ ହେବ।
ନୂତନ,ନବୀକରଣୀୟ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ଆନନ୍ଦ କୁମାର ସମସ୍ତ ଅଂଶଗ୍ରହଣକାରୀ, ତାଲିମଦାତାଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ପରିବେଶ ପ୍ରତି ଅହିଂସା ଆଚରଣ କରିବା ଲାଗି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଶପଥ ନେଇଥିବା କାରଣରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତି ଏହାଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ଆଉ ହୋଇପାରିବ ନାହିଁ ବୋଲି ସେ କହିଥିଲେ। ସେ ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ଜଳବାୟୁ ପରିବର୍ତନ ଦିଗରେ ସୌର ଶକ୍ତି କିଭଳି ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିବ ପ୍ରଧାନମନ୍ତ୍ରୀ ତାହା ନିଜ ବାର୍ତ୍ତାରେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ‘ଏନର୍ଜି ସ୍ୱରାଜ’ ନାମକ ଏକ ପୁସ୍ତକ ଉନ୍ମୋଚନ କରାଯିବା ସହ ପରିବେଶ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ସମସ୍ତ ଅଂଶଗ୍ରହଣକାରୀଙ୍କ ଲାଗି ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୂତନ,ନବୀକରଣୀୟ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories