www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‍ କି ବାତ୍‍’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୫୭ତମ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେଶକରଙ୍କୁ ସ୍ମରଣ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଲତାଙ୍କ ଜନ୍ମଦିନ ସେପ୍ଟେମ୍ବର ୨୮ରେ ପ୍ରଧାନମନ୍ତ୍ରୀ ଆମେରିକାରୁ ତାଙ୍କ ସହ ଟେଲିଫୋନରେ ହୋଇଥିବା ବାର୍ତ୍ତାଳାପ ଦେଶବାସୀଙ୍କୁ ଶୁଣାଇଛନ୍ତି। ଲତା ପ୍ରଧାନମନ୍ତ୍ରୀଙ୍କୁ ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିବା ସହ ନିଜର ଖୁସି ଜାହିର କରିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନବରାତ୍ରୀର ଶୁଭକାମନା ଜଣେଇବା ସହ ଏହି ପର୍ବରେ ଗରିବ ଲୋକମାନଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆମକୁ ସବୁ ପର୍ବପର୍ବାଣୀରେ ଅନ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଚେଷ୍ଟା କରିବା ଆବଶ୍ୟକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଳିକାମାନଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଦେଶର କନ୍ୟା ସନ୍ତାନମାନଙ୍କୁ ପ୍ରଧାନମନ୍ତ୍ରୀ ଦେଶର ଲକ୍ଷ୍ମୀ ଭାବେ ସମ୍ବୋଧନ କରିଛନ୍ତି।

ଅରୁଣାଚଳପ୍ରଦେଶର ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ର ପ୍ରସଙ୍ଗ ଉତଥାପନ କରି ମୋଦୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚାପ ମୁକ୍ତ ପରୀକ୍ଷା ବିଷୟରେ ମତାମତ ଜଣାଇବାକୁ କହିଛନ୍ତି। ସେହି ଛାତ୍ର ଜଣକ ପ୍ରଧାନମନ୍ତ୍ରୀଙ୍କୁ Exam Warriors ପୁସ୍ତକରେ ଅଧିକ ତଥ୍ୟ ସ୍ଥାନିତ କରିବାକୁ ଅନୁରୋଧ କରିଛନ୍ତି।

ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏସ ଓପନ ପ୍ରତିଯୋଗିତାରେ ରୁଷ ଦେଶର ଖେଳାଳି ଦାନିଲଙ୍କ ସରଳତା ଏବଂ ଖେଳୁଆଡ଼ ମନୋବୃତ୍ତିର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦାନିଲଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ।

ଏହି ଅବସରରେ ମୋଦୀ ଦେଶରେ କିଛି ଦିନ ପୂର୍ବରୁ ବ୍ୟାନ କରାଯାଇଥିବା ଇ-ସିଗାରେଟର ଖରାପ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ବିଶେଷ କରି ଦେଶର ଯୁବ ପିଢ଼ି ଉପରେ ଏହାର କୁପ୍ରଭାବ କିଭଳି କମ କରାଯାଇ ପାରିବ, ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଇ-ସିଗାରେଟ ବ୍ୟାନ ହେବା ଫଳରେ ଯୁବ ପିଢ଼ି ଉଚିତ ମାର୍ଗକୁ ଆସିପାରିବେ। ଏହା ମାନସିକ ବିକାଶ ଦିଗରେ ଏକ ବଡ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ମରିଅମ ଥ୍ରେସିଆଙ୍କ ଉଲ୍ଲେଖନୀୟ କାର୍ଯ୍ୟର ଅବତାରଣା କରି କହିଛନ୍ତି ଯେ, ସେ ସମଗ୍ର ମାନବଜାତି ପାଇଁ ଏକ ଉଦାହରଣ ଅଟନ୍ତି। ତାଙ୍କର ମହାନ କାର୍ଯ୍ୟ ପାଇଁ ଭାଟିକାନ ସିଟି ଥ୍ରେସିଆଙ୍କୁ ସମ୍ମାନିତ କରିବାକୁ ଯାଉଥିବା ସେ କହିଛନ୍ତି। ଆଗାମୀ ଅକ୍ଟୋବର ୧୩ରେ ପୋପ ତାଙ୍କୁ ସନ୍ଥ ଘୋଷଣା କରିବେ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା କ୍ଷେତ୍ରରେ ସଫଳତା ପୂର୍ବକ କାର୍ଯ୍ୟ କରିଥିବା ଯୁବକ ରିପୁଦମନଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ଓ ତାଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ମୋଦୀ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଏହା ବିରୋଧରେ ଆରମ୍ଭ ହେବାକୁ ଥିବା ଅଭିଯାନରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ମନ କି ବାତରେ ମୋଦୀ ପର୍ଯ୍ୟଟନ ଶିଳ୍ପ ଓ ଏଥିରେ ହୋଇଥିବା ବିକାଶ ସମ୍ପର୍କରେ କହିଛନ୍ତି। ଦେଶରେ ପର୍ଯ୍ୟଟନ ଶିଳ୍ପରେ ଉନ୍ନତି ଆସିଛି ଏବଂ ଗତ ବର୍ଷ ମଧ୍ୟରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଆସନ୍ତା ଦୀପାବଳି ପର୍ବରେ ବାଣ ନ ଫୁଟାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ଓ ସେହି ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ଅକ୍ଟୋବର ୩୧ରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ଏକ ଭାରତ ଶ୍ରେଷ୍ଠ ଭାରତ ଦିନଟିକୁ ମନେ ରଖିବା ପାଇଁ ଏକତା ଦୋୖଡରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ପାର୍ବଣ ଋତୁରେ ଦେଶବାସୀଙ୍କୁ ନୂଆ ସ୍ଥାନ ଏବଂ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣରେ ଯିବାକୁ ମୋଦୀ ଅନୁରୋଧ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories