www.samajalive.in
Thursday, December 11, 2025
16.1 C
Bhubaneswar

ଆଫଗାନିସ୍ତାନ ରାଷ୍ଟ୍ରପତି ନିର୍ବାଚନରେ ହିଂସା : ରକେଟ୍ ମାଡ଼ ଓ ବିସ୍ଫୋରଣରେ ୨ମୃତ ୧୫ ଆହତ

କାବୁଲ : ଆଫଗାନିସ୍ତାନରେ ଶନିବାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି। ବିଦ୍ରୋହୀମାନଙ୍କ ଧମକ ସତ୍ତ୍ବେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟରମାନେ ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି ନିର୍ବାଚନ ରଣାଙ୍ଗନରେ ୧୫ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଅସ୍ରଫ ଘାନୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅବଦୁଲ୍ଲା ଅବଦୁଲ୍ଲାସିନଙ୍କ ମଧ୍ୟରେ ମୁଖ୍ୟ  ପ୍ରତିଦ୍ବନ୍ଦିତା ହେଉଛି।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ କାନ୍ଦାହାର ସହରର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏକ ମସଜିଦରେ  ବିସ୍ଫୋରଣ ଘଟିଛି ।ଏହି ମସଜିଦକୁ ମତଦାନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା। ସେହି କେନ୍ଦ୍ର ନିକଟରେ ଆଜି ହୋଇଥିବା ବିସ୍ଫୋରଣରେ ପ୍ରାୟ ୧୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍ୟ ଏକ ବିସ୍ଫୋରଣ ଶୋରଖ ରୋଡରେ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ତେବେ କୁନ୍ଦୁଜ ପ୍ରଦେଶରେ ଏକ ରକେଟ୍ ଆର୍କମଣରେ ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି।

- Advertisement -

ଆଫଗାନିସ୍ତାନ ଆନ୍ତଃବ୍ୟାପାର ମନ୍ତ୍ରଣାଳୟ କହିଛି  ଦେଶବ୍ୟାପୀ ଥିବା ୫୦୦୦ ମତଦାନ କେନ୍ଦ୍ରର ସୁରକ୍ଷା ଲାଗି ୭୨ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories