www.samajalive.in
Monday, December 8, 2025
13.1 C
Bhubaneswar

ଇଡିଙ୍କ ଇମେଲ ପରେ ହାଜର ନିଷ୍ପତ୍ତି ବଦଳାଇଲେ ପାୱାର

ନୂଆଦିଲ୍ଲୀ : ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଦୁର୍ନୀତିକୁ ନେଇ ରୁଜୁ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବା ନିଷ୍ପତ୍ତିରୁ ଏନସିପି ନେତା ସରଦ ପାୱାର ଶେଷ ମୁହୂର୍ତ୍ତରେ ଓହରି ଯାଇଛିନ୍ତି।

ଏହି ମାମଲା ସମ୍ବନ୍ଧୀୟ ଏଫଆଇଆରରେ କାହିଁକି ତାଙ୍କ ନାମ ଉଲ୍ଲେଖ କରାଯାଇଛି ପଚାରିବାକୁ ଶୁକ୍ରବାର ସେ ଇଡି ନିକଟରେ ହାଜର ହେବେ ବୋଲି ପାୱାର ଘୋଷଣା କରିଥିଲେ। କିନ୍ତୁ ସେ ହାଜର ହେବା ପୂର୍ବରୁ ତାଙ୍କ ସମର୍ଥକମାନେ ଦକ୍ଷିଣ ମୁମ୍ବଇର ବାଲାର୍ଡ ପିଅରସ୍ଥିତ ଇଡି କାର୍ଯ୍ୟାଳୟ ବାହାରେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁମ୍ବଇ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଏନସିପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ପୁଲିସ ଇଡି କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲାଗୁ କରିଥିଲା। ପାୱାରଙ୍କ ଘର ଓ ଇଡି କାର୍ଯ୍ୟାଳୟ ବାହାରେ ପୁଲିସ ଛାଉଣି ଦେଖିବାକୁ ମଳିଥିଲା। ଯୁଗ୍ମ ସିପି ବିନୟ ଚୌବେ ଏକ ପୁଲିସ ଦଳ ଓ ସନ୍ଧାନୀ କୁକୁର ସହିତ ପାୱାରଙ୍କ ଘରେ ପହଞ୍ଚିଥିଲେ। ତଥାପି ସ୍ଥିତି ଅଣାୟତ ହେବା ଆଶଙ୍କା କରି ଇଡି କାର୍ଯ୍ୟାଳୟକୁ ନ ଆସିବାକୁ ପାୱାରଙ୍କୁ ଏକ ଇମେଲ କରାଯାଇଥିଲା। ଆବଶ୍ୟକ ହେଲେ ଇଡି ତାଙ୍କୁ ଡକାଇବ ବୋଲି ଇମେଲରେ ଦର୍ଶାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ଶୁକ୍ରବାର ଇଡି କାର୍ଯ୍ୟାଳୟ ଯିବେ ନାହିଁ ବୋଲି ପାୱାର ଘୋଷଣା କରିଥିଲେ। ଖାରଗର ଓ ନାକାଠାରେ ପୁଲିସ ଏନସିପିର ବହୁ ନେତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଇଡି ପାୱାରଙ୍କ ସହିତ ତାଙ୍କ ପୁତୁରା ଅଜିତ ପାୱାର ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଅନ୍ୟ ଦଳର ନେତାମାନଙ୍କ ଭାବମୂର୍ତ୍ତି ଖରାପ ଚିତ୍ରଣ କରିବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories