www.samajalive.in
Wednesday, December 10, 2025
16.1 C
Bhubaneswar

୩ ରାଜ୍ୟରେ ପ୍ରବଳ ବର୍ଷା: ୫ ଦିନରେ ୩୪ ମୃତ

ନୂଆଦିଲ୍ଲୀ : ସେପ୍ଟେମ୍ବର ମାସ ଶେଷ ହେବାକୁ ଆଉ ମାତ୍ର ୩ ଦିନ ବାକି ଅଛି। ହେଲେ ଦେଶର ବିଭିନ୍ନ ଅଂଶରେ ଅପ୍ରତ୍ୟାଶିତ ବର୍ଷା ଜାରି ରହିଛି। ସ୍ୱାଭାବିକ ଭାବେ ପ୍ରତି ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ମୌସୁମୀ ଫେରିଯାଇଥାଏ। ମାତ୍ର ଚଳିତ ଥର ମୌସୁମୀ ବିଦାୟ ନେବାରେ ଅଧିକ ବିଳମ୍ବ କରୁଛି। ଫଳରେ ଦେଶରେ ଭିନ୍ନ ଭିନ୍ନ ଅଂଶରେ ପ୍ରବଳ ବର୍ଷାରୁ ବିତ୍ପାତ ସୃଷ୍ଟି ହୋଇଛି। ଏହି କ୍ରମରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷାରୁ ୫ ଦିନରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ସମ୍ପତ୍ତି ନଷ୍ଟ ହୋଇଛି। ଉତ୍ତରପ୍ରଦେଶରେ ଆସନ୍ତା ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଜାରି କରିଛି।

ପ୍ରବଳ ବର୍ଷାରୁ ମହାରାଷ୍ଟ୍ର ପୁନେରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ବନ୍ୟାରେ ମହାରାଷ୍ଟ୍ରରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ହାଇଦରାବାଦରେ ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷାରୁ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୋଟ ଭାବେ ୩ ରାଜ୍ୟରେ ୫ ଦିନରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ନୌ, ବାରଣାସୀ ସମେତ କେତେକ ସହରରେ ସ୍କୁଲ-କଲେଜ ବନ୍ଦ କରିଦିଆଯାଇଛି। ଉତ୍ତରପ୍ରଦେଶ ଏବଂ ବିହାରରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ମୌସୁମୀ ଫେରିବାର ସମ୍ଭାବନା ନାହିଁ। ୧୯୬୦ ପରେ ପ୍ରଥମ ଥର ମୌସୁମୀ ବିଦାୟ ନେବାରେ ବହୁ ବିଳମ୍ବ କରୁଛି। ଭାରତୀୟ ପାଣିପାଗ ବିଭାଗର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁସାରେ ଅକ୍ଟୋବର ୫ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଅଛି। ତେଣୁ ଅକ୍ଟୋବର ୫ ସୁଦ୍ଧା ମୌସୁମୀ ଫେରିଯିବାର ସମ୍ଭାବନା ନାହିଁ। ସେପ୍ଟେମ୍ବର ୨୯ରୁ ଦୁଇ ଦିନ ପର୍ଯ୍ୟନ୍ତ ବିହାରରେ ପ୍ରବଳ ବର୍ଷା ହୋଇପାରେ। ଶନିବାର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ବିଶେଷ କରି ୨୮ ଏବଂ ୨୯ରେ ମହାରାଷ୍ଟ୍ର, ଦକ୍ଷିଣ ଭାରତର ବିଭିନ୍ନ ଅଂଶ, ପୂର୍ବ ଭାରତରେ ବିହାରରେ ଏବଂ ୨୯ରେ ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories