www.samajalive.in
Monday, December 8, 2025
27.1 C
Bhubaneswar

ବିଡ଼ମ୍ବନା ! ଅଳିଆ ଗଦାରେ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ

ଭୁବନେଶ୍ବର :  ଆମକୁ ସ୍ବାଧୀନତାର ସ୍ବାଦ ଚଖାଇବାକୁ ଆତ୍ମବଳୀ ଦେଇଥିବା ସ୍ବତନ୍ତ୍ରତା ସଂଗ୍ରାମୀଙ୍କୁ ଆମେ ଏମିତି ଦେଉଛୁ ସମ୍ମାନ। କୌଣସୀ କାର୍ଯ୍ୟକ୍ରମର ଶୋଭା ବଢ଼ାଇବାକୁ ସେମାନଙ୍କ ଫଟୋଚିତ୍ର ବ୍ୟବହାର କରି ସେଥିରେ ଫୁଲମାଳ ଲମ୍ବାଇଦେଉଛୁ ଗଣମାଧ୍ୟମର କ୍ୟାମେରା ଆଗରେ। କାର୍ଯ୍ୟକ୍ରମ ଅନ୍ତେ ସେ ସବୁକୁ ଆବର୍ଜନା ମନେକରି ଫୋପାଡ଼ି ଦେଉଛୁ ଅଳିଆ ଗଦାରେ।  ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତା୨୧।୦୯।୨୦୧୯ରିଖ ସକାଳ ୯ଟାରୁ ୯ଟା ୧୫ ମଧ୍ୟରେ ପଟିଆ କୀଟ୍ ଛକ-ଜୟଦେବ ବିହାର ରାସ୍ତାରେ। ମହାନ ସଂଗ୍ରାମୀ ବିପ୍ଳବୀ ବୀର ଚକରା ବିଷୋଈଙ୍କ ଫଟୋ ଅସହାୟ ଭାବରେ ବୁହାହେଉଛି ମହାନଗର ନିଗମର ଆବର୍ଜନା ପରିବହନକାରୀ ଗାଡ଼ିରେ । ବାଟରେ ଅନେକ ବୁଦ୍ଧିଜୀବୀ, ସରକାରୀ ଅଧିକାରୀ, ପୁଲିସ୍ ବାବୁ, ଟ୍ରାଫିକ୍ କର୍ମଚାରୀ, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଇତ୍ୟାଦିଙ୍କର ଏହି ଦୃଶ୍ୟ ଦୃଷ୍ଟିଗୋଚର ହୋଇଥିବ ନିଶ୍ଚୟ। ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନର କି ପ୍ରକାର ଉଦାହରଣ ଆମେ ପ୍ରସ୍ତୁତ କରିଛୁ ଏହା ତାହାର ନିଛକ ପ୍ରତିଫଳନ ମାତ୍ର । ବିନା ବଳିଦାନରେ ମାଗଣାରେ ଆମେ ସ୍ବାଧୀନତା ଉପଭୋଗ କରୁଥିବାରୁ ସ୍ବତନ୍ତ୍ରତା ସଂଗ୍ରାମୀଙ୍କ ଆତ୍ମା ଆମକୁ ଧୀକ୍କାର କରୁଥିବ ନିଶ୍ଚୟ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories