ବରଗଡ଼ : ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାଶକୁ ବରଗଡ଼ ପୁଲିସ କାବୁ କରିଛି। ବରଗଡ଼ ଜିଲ୍ଲା ଅମ୍ବାବନା ବ୍ଲକର ସମରଧାରା ନିକଟରୁ ଗୁରୁବାର ସକାଳୁ ପୁଲିସ ଅମିତକୁ କାବୁ କରିଛି । ତେବେ ସେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସ ଗୁଳି ନ ଚଳାଇ ଚତୁରତାର ସହ ତାକୁ ଧରିବାକୁ ସକ୍ଷମ ହୋଇଛି।
ଅମିତ ଦାଶ ନାମରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଏକାଧିକ ମାମଲା ରହିଛି।



