ୱାଶିଂଟନ : ବୁଲଗେରିଆର କ୍ରିଷ୍ଟାଲିନା ଗୋରଗିଭାଙ୍କୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍ର ନୂଆ ମୁଖ୍ୟ ଭାବେ ଚୟନ କରାଯାଇଛି। ୬୬ ବର୍ଷ ବୟସ୍କା ଅର୍ଥନୀତିଜ୍ଞ ଶ୍ରୀମତୀ କ୍ରିଷ୍ଟାଲିନାଙ୍କୁ ଖ୍ରୀଷ୍ଟାଇଲ୍ ଲର୍ଗାଡେଙ୍କ ସ୍ଥାନରେ ଅକ୍ଟୋବର ପହିଲାରୁ ପାଞ୍ଚ ବର୍ଷ ପାଇଁ ଦାୟିତ୍ୱ ଦିଆଯାଇଛି।
୨୦୧୭ ଜାନୁଆରୀ ମାସରୁ ସେ ବିଶ୍ୱ ବ୍ୟାଙ୍କ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ସେହିପରି ବିଶ୍ୱ ବ୍ୟାଙ୍କ ଗୋଷ୍ଠୀ ପାଇଁ ସେ ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ଗତ ଫେବୃୟାରୀ ମାସରୁ ଏପ୍ରିଲ୍ ୮ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।



