www.samajalive.in
Tuesday, December 9, 2025
17.1 C
Bhubaneswar

କୋହଲିଙ୍କୁ ଆଇସିସିର ଭର୍ତ୍ସନା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଭର୍ତ୍ସନା କରିଛି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ବ୍ୟୁରାନ୍‌ ହେଣ୍ଡ୍ରିକ୍‌ସଙ୍କୁ ଧକ୍କା ମାରିବା ଅଭିଯୋଗରେ କୋହଲିଙ୍କୁ ଆଇସିସି ଭର୍ତ୍ସନା କରିବା ସହ ଗୋଟିଏ ନକରାତ୍ମକ ପଏଣ୍ଟ ପ୍ରଦାନ କରିଛି।
ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ମ୍ୟାଚ୍‌ର ୫ମ ଓଭରରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ରନ୍‌ ସଂଗ୍ରହ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ହେଣ୍ଡ୍ରିକ୍‌ସଙ୍କୁ ଧକ୍କା ଦେଇଥିଲେ। କୋହଲିଙ୍କ ଏପରି ଆଚରଣ ଆଇସିସିର ଶୃଙ୍ଖଳାଗତ ନିୟମର ଧାରା ୨.୧୨ ଧାରା ଭଙ୍ଗ କରିଥିବା ଦର୍ଶାଇ ମ୍ୟାଚ୍‌ ପରିଚାଳନା କରୁଥିବା ରେଫରି ନିତିନ୍‌ ମେନନ୍‌, ସିକେ ନନ୍ଦନ, ତୃତୀୟ ଅମ୍ପାୟାର ଅନୀଲ ଚୌଧୁରୀ ଓ ଚତୁର୍ଥ ଅଫିସିଆଲ୍‌ ଚେଟିହୋଡି ସାମସୁଦ୍ଦିନ୍‌ ମ୍ୟାଚ୍‌ ରେଫରି ରିଚି ରିଚାର୍ଡସନ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ଧାରା ୨.୧୨ ଅନୁଯାୟୀ ଯଦି କୌଣସି କ୍ରିକେଟର୍‌ ମ୍ୟାଚ୍‌ ଚାଲିଥିବା ବେଳେ ପ୍ରତିପକ୍ଷ ଦଳର ଖେଳାଳି, ସପୋର୍ଟ ଷ୍ଟାଫ୍‌, ଅମ୍ପାୟାର, ମ୍ୟାଚ୍‌ ରେଫରି ଏପରିକି ଦର୍ଶକଙ୍କୁ ଧକ୍କା ଦିଅନ୍ତି ତେବେ ତାହା ଦୋଷାବହ।
ଅଭିଯୋଗ ସଂପର୍କରେ କୋହଲିଙ୍କୁ ମ୍ୟାଚ୍‌ ରେଫରି ଅବଗତ କରିବା ପରେ ସେ ନିଜ ଦୋଷ ସ୍ବୀକାର କରିଥିଲେ। ଫଳରେ ମ୍ୟାଚ୍‌ ରେଫରି ଆଉ ଶୁଣାଣି ନ କରି କୋହଲିଙ୍କୁ ଭର୍ତ୍ସନା ଓ ଗୋଟିଏ ନକରାତ୍ମକ ପଏଣ୍ଟ ପ୍ରଦାନ କରିଥିଲେ। ଏହି ଧାରା ଅନୁଯାୟୀ ଅତିକମ୍‌ରେ ଦୋଷୀଙ୍କୁ ଭର୍ତ୍ସନା ଦିଆଯାଇଥାଏ। ଅତି ବେଶୀରେ ଖେଳାଳିଙ୍କ ୫୦ ପ୍ରତିଶତ ମ୍ୟାଚ୍‌ ଫି କଟାଯିବା ସହ ଗୋଟିଏ କିମ୍ବା ଦୁଇଟି ନକରାତ୍ମକ ପଏଣ୍ଟ ମିଳିଥାଏ।
ସୂଚନାଥାଉକି ଚଳିତଥରକୁ ମିଶାଇ କୋହଲିଙ୍କୁ ୩ଟି ନକରାତ୍ମକ ପଏଣ୍ଟ ମିଳିଛି। ପୂର୍ବରୁ ୨୦୧୮ ଜାନୁଆରୀ ୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ ଓ ୨୦୧୯ ଜୁନ୍‌ ୨୨ରେ ଆଇସିସି ବିଶ୍ବକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୋହଲିଙ୍କୁ ନରକାତ୍ମକ ପଏଣ୍ଟ ମିଳିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories