www.samajalive.in
Sunday, December 14, 2025
14.1 C
Bhubaneswar

ଭୋଜି ଖାଇ ୯୦ରୁ ଉର୍ଦ୍ଧ ଅସୁସ୍ଥ

ପିପିଲି : ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଟଳ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଭୋଜି ଖାଇ ୯୦ରୁ ଉର୍ଦ୍ଧ ପୁରୁଷ, ମହିଳା ଓ ଶିଶୁ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ସାକ୍ଷୀଗୋପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସାତଶଙ୍ଖ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାଇ, ପୋଟଳ ଗ୍ରାମରେ ଗତ ୨୫ ତାରିଖ ସଂନ୍ଧ୍ୟାରେ ଅଷ୍ଟପ୍ରହର ନାମଯଜ୍ଞର ଭୋଜି ଅନୁଷ୍ଠିତ ହୋଇଥିଲା  । ଗ୍ରାମର ଶତାଧିକ ପୁରୁଷ, ମହିଳା ଓ ଶିଶୁମାନେ ସେଠାରେ ଭୋଜି ଖାଇଥିଲେ । ତେବେ ୨୬ ତାରିଖ ସକାଳୁ ସେମାନଙ୍କ ପେଟ ମୋଡି ହେବା ସହ ଝାଡା, ବାନ୍ତି ଓ ଜ୍ୱର ହୋଇଥିଲା  । ଔଷଧ ଖାଇବା ପରେ ମଧ୍ୟ ଝାଡା, ବାନ୍ତି ନ କମିବାରୁ ୩୭ଜଣଙ୍କୁ ସାକ୍ଷୀଗୋପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କେତେକଙ୍କୁ ସାତଶଙ୍ଖ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  ।

- Advertisement -

ଖବର ପାଇ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଦିଲିପ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ୮ଜଣିଆ ମେଡିକାଲ୍‌ ଟିମ୍‌  ମଙ୍ଗଳବାର ପୂର୍ବାହ୍ନରେ ପୋଟଳ ଗ୍ରାମରେ ପହଞ୍ଚି ସେଠାରେ ୩୮ଜଣଙ୍କୁ ଚିକିତ୍ସା କରିବା ସହ ଔଷଧ ପ୍ରଦାନ କରିଥିଲେ ଏବଂ ଗୁରୁତର ଥିବା ୧୨ଜଣଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ସେଠାରେ ଗୁରୁତର ୯ଜଣ ଓ ସାକ୍ଷୀଗୋପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ଜଣ ଗୁରୁତରଙ୍କ ଚିକିତ୍ସା କରାଯାଉଥିବା ନେଇ ଡାକ୍ତର ବିଶ୍ୱାଳ ସୂଚନା ଦେଇଛନ୍ତି । ତେବେ ସମସ୍ତ ରୋଗୀ ବିପଦମୁକ୍ତ ଥିବା ଡାକ୍ତର ବିଶ୍ୱାଳ ସୂଚନା ଦେଇଛନ୍ତି ।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories