www.samajalive.in
Saturday, December 6, 2025
26.1 C
Bhubaneswar

ଯୌତୁକ ପାଇଁ ବୋହୂକୁ ହାଇକୋର୍ଟ ପୂର୍ବତନ ବିଚାରପତିଙ୍କ ନିର୍ଯାତନା; ସିସିଟିଭି ଫୁଟେଜରୁ ପଦାକୁ ଆସିଲା କାରନାମା

ହାଇଦ୍ରାବାଦ: ଯୌତୁକ ପାଇଁ ନିର୍ଯାତନା ଦେବା ଆଇନ ଅନୁସାରେ ଅପରାଧ। ଏଭଳି କରୁଥିବା ଅଭିଯୁକ୍ତଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ବିଚାରପତି ପଦବୀରେ ରହି ଆଇନର ମର୍ଯ୍ୟାଦାକୁ ବେଶୀ ବୁଝିଥିବା ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଯୌତୁକ ଲୋଭରେ ନିଜ ବୋହୂକୁ ନିର୍ଯାତନା ଦେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବୋହୂକୁ ନିର୍ଯାତନା ଦେବା ସମୟର ସିସିଟିଭି ଫୁଟେଜରୁ ସମ୍ପୃକ୍ତ ପୂର୍ବତନ ବିଚାରପତିଙ୍କ କଳା କାରନାମା ପଦାକୁ ଆସିଛି। ଏ ନେଇ ନିର୍ଯାତନାର ଶିକାର ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ସମ୍ପୃକ୍ତ ପୂର୍ବତନ ବିଚାରପତିଙ୍କୁ ସମାଲୋଚନା କରାଯାଇଛି।

Image Courtesy: Hindustan times

୩୦ ବର୍ଷୀୟା ସିନ୍ଧୁ ଶର୍ମା ହାଇଦ୍ରାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ନୁଟି ରାମମୋହନ ରାଓଙ୍କ ପୁଅ ନୁଟି ବଶିଷ୍ଠଙ୍କୁ ୨୦୧୨ରେ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯୌତୁକ ପାଇଁ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିବା ବୋଲି ସିନ୍ଧୁ ଥାନାରେ ଅଭିଯୋଗ କରିଛନ୍ତି। ଅଢ଼େଇ ମିନିଟର ଏକ ସିସିଟିଭି ଫୁଟେଜ ମଧ୍ୟ ପୁଲିସର ହସ୍ତଗତ ହୋଇଛି। ଏହି ଫୁଟେଜଟି ଗତ ଏପ୍ରିଲ ୨୦ ତାରିଖର। ଏଥିରୁ ଦେଖିବାକୁ ମିଳିଛି ଯେ, ସିନ୍ଧୁ ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେଉଛି ଏବଂ ବଶିଷ୍ଠ ତାଙ୍କୁ ମାଡ଼ ମାରୁଛନ୍ତି। ଏହା ସହିତ ଶ୍ଵଶୁର ତଥା ପୂର୍ବତନ ବିଚାରପତି ରାମମୋହନ ମଧ୍ୟ ବୋହୂ ସିନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଦେଖାଯାଇଛି। ସିନ୍ଧୁ ସେମାନଙ୍କ କବଳରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଉଭୟ ସ୍ବାମୀ, ଶାଶୁ ନୁଟି ଦୁର୍ଗା ଜୟଲକ୍ଷ୍ମୀ ଏବଂ ଶ୍ଵଶୁର ତାଙ୍କୁ ଘୋଷାଡ଼ି ଆଣି ପିଟୁଛନ୍ତି। ନିକଟରେ ଏକ ଶିଶୁ ବସିଥିବାର ଦେଖିବାକୁ ମିଳିଛି। ପରେ ସେହି ରାତିରେ ସିନ୍ଧୁଙ୍କୁ ହାଇଦ୍ରାବାଦର ଅପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories