www.samajalive.in
Monday, December 8, 2025
24.1 C
Bhubaneswar

୮% ଜିଡିପି ଅଭିବୃଦ୍ଧି ହାସଲ କରିବା ସହଜ: ନିତି ଆୟୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସହିତ ବାର୍ଷିକ ୮% ପ୍ରତିଶତ ଜିଡିପି ଅଭିବୃଦ୍ଧି ହାସଲ କରିବା ଲାଗି ପ୍ରତିବଦ୍ଧ ଏବଂ ଏହା ସହଜ ବୋଲି କହିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଚଳିତବର୍ଷ ଜୁନ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର ବିଗତ ୬ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସି ଆସିବାକୁ ନେଇ ସରକାର ଚିନ୍ତାରେ ପଡ଼ିଥିବାବେଳେ ବେଳେ ନିତି ଆୟୋଗଙ୍କ ଏପରି ମନ୍ତବ୍ୟ ବେଶ୍‌ ଗୁରୁତ୍ଵ ବହନ କରୁଛି।

କେନ୍ଦ୍ର ସରକାର କର୍ପୋରେଟ ଟିକସ ହ୍ରାସ କରିଥିବାରୁ ଏହି ନିଷ୍ପତ୍ତିକୁ ରାଜୀବ କୁମାର ପ୍ରଶଂସା କରିଛନ୍ତି। ନିବେଶକମାନେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଘୋଷିତ ନିଷ୍ପତ୍ତିର ଫାଇଦା ଉଠାଇବେ। ପବ୍ଲିକ ଆଫାୟାର୍ସ ଫୋରମ ଅଫ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜୀବ କୁମାର ଯୋଗଦେବାକୁ ଆସିଥିବାବେଳେ ଏପରି କହିଛନ୍ତି। ରାଜୀବ କୁମାର ଆହୁରି କହିଥିଲେ ଯେ, ସରକାରଙ୍କ ନିଷ୍ପତ୍ତି ପରେ ଯେଉଁମାନେ ନିବେଶ କରିବାକୁ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ରହିଥିଲେ, ଏବେ ସେମାନେ ନିବେଶ ପାଇଁ ଆଗେଇ ଆସିବେ। ଏହା ଏକ ଐତିହାସିକ ଦିନ। ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ସରକାରଙ୍କର ଏହା ପ୍ରତିବଦ୍ଧତାକୁ ଦର୍ଶାଉଛି। ସରକାରଙ୍କ ନିଷ୍ପତ୍ତି ଘରୋଇ ଉଦ୍ୟୋଗଗୁଡ଼ିକୁ ଆଗକୁ ନେଇଯିବ, ଯେଉଁଥିରୁ ଅର୍ଥବ୍ୟବସ୍ଥାକୁ ଗତି ମିଳିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories