www.samajalive.in
Wednesday, December 10, 2025
26.1 C
Bhubaneswar

ସଂସ୍କାର ପାଇଁ କେହି ଆସିଲେନି, ପଡ଼ିରହିଲା ଭିନ୍ନକ୍ଷମଙ୍କ ମୃତଦେହ

କଳାହାଣ୍ଡି : କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚାଗାଁ ପଞ୍ଚାୟତର ମାଲଗୁଣ୍ଡି ଗାଁର ଭବ ନାଏକ ନାମକ ଜଣେ ଭିନ୍ନକ୍ଷମଙ୍କର ବୁଧବାର ମୃତ୍ୟୁ ହୋଇଥିଲେ ହେଁ ମୃତଦେହ ସତ୍କାର ହୋଇପାରି ନାହିଁ। ଆତ୍ମୀୟ ସ୍ୱଜନ ଅନ୍ତିମ ସଂସ୍କାର ପାଇଁ ମନା କରିଦେବା ଫଳରେ ପ୍ରାୟ ୧୧ ଘଣ୍ଟା ଧରି ମୃତଦେହ ପଡ଼ିରହିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଭବ ଭିନ୍ନକ୍ଷମ ହୋଇଥିବାରୁ ଭତ୍ତାକୁ ସାହାରା କରି ଗୁଜୁରାଣ ମେଣ୍ଟାଉଥିଲେ। ସ୍ତ୍ରୀର ମୃତ୍ୟ ପରେ ସେ ନିସଙ୍ଗ ହୋଇ ପଡ଼ିଥିଲେ। ଗତ ୨୦୧୪ ମସିହାରେ ତାଙ୍କ ପାଖରେ ଥିବା ଘରଡିହ ମଧ୍ୟ ବିକ୍ରି କରି ଦେଇଥିଲେ। ପରିବାର ଲୋକେ ଦୁଇ ଡେସିମିଲ ଜମି ଛାଡି ଅନ୍ୟ ସବୁକୁ ବିକ୍ରି କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଭବ ତାହା କରିନଥିଲେ। ଏବେ ମୃତ୍ୟୁ ପରେ ସେହି କାରଣକୁ ନେଇ ପରିବାର ଓ କୁଟୁମ୍ବ ଶବ ସଂସ୍କାର ପାଇଁ ମନା କରିଦେଇଛନ୍ତି। ଦୁଇଦିନ ତଳେ ସେହି ଅଞ୍ଚଳରୁ ଏକ ଅଚିହ୍ନା ମୃତଦେହ ଠାବ କରି ଜୟପାଟଣା ପୁଲିସ ନିଜ ତତ୍ତ୍ବାବଧାନରେ ସଂସ୍କାର କରିଥିଲା। ଏବେ ଭବଙ୍କ ମୃତଦେହକୁ ନେଇ ମାନବିକତା ଉପରେ ପ୍ରଶ୍ନ ଉଠିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories