www.samajalive.in
Monday, December 8, 2025
13.1 C
Bhubaneswar

ମୋଦୀଙ୍କୁ ଧମକ ଦେଇଥିବା ପାକ୍‍ ଗାୟିକାଙ୍କ ନାଁରେ ମାମଲା : ହୋଇପାରେ ଜେଲ୍‍

ମୁମ୍ବଇ : ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବା ପାକିସ୍ତାନୀ ପପ୍‍ ଗାୟିକା ରବୀ ପୀରଜାଦାଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଛି। ସେ ଖୁବଶୀଘ୍ର ଜେଲ୍‍ ଯାଇପାରନ୍ତି। ଲାହୋରରେ ନିଜ ବ୍ୟୁଟି ପାର୍ଲରରେ ବିଦେଶୀ ଜୀବଜନ୍ତୁଙ୍କୁ ପୋଷା ରଖିଥିବାରୁ ଏହି ପାକ୍‍ ଗାୟିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁସାରେ, ପାକିସ୍ତାନର ପଞ୍ଜାବ ପ୍ରଦେଶ ବନ୍ୟଜନ୍ତୁ ସଂରକ୍ଷଣ ଓ ଉଦ୍ୟାନ ବିଭାଗ ରବୀ ପୀରଜାଦାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବନ୍ୟଜନ୍ତୁ ଅଧିନିୟମ ଉଲ୍ଲଂଘନ କରିଥିବାରୁ ବିଭାଗ ପକ୍ଷରୁ ଲାହୋରର ଏକ ଅଦାଲତରେ ରବୀ ପୀରଜାଦାଙ୍କ ନାମରେ ମକଦ୍ଦମା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଦାନ୍ତ କାମୁଡ଼ୁଛି। ସେଠାକାର ଅନେକ ସେଲିବ୍ରିଟି, ନେତା ଓ ସାଧାରଣ ଜନତା ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ସେହିପରି ନିକଟରେ ଏହି ପାକିସ୍ତାନୀ ପପ୍‍ ଗାୟିକା ଅଜଗର ସମେତ ଅନେକ ସାପଙ୍କ ସହିତ ଭିଡିଓ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇଥିଲେ। ସେ କହିଥିଲେ, “ମୁଁ ଜଣେ କାଶ୍ମୀରୀ ମହିଳା, ଭାରତ ପାଇଁ ମୋ ସାପମାନଙ୍କ ସହ ପ୍ରସ୍ତୁତ ଅଛି। ଏହି ଉପହାର ବାସ୍ତବରେ ମୋଦୀଙ୍କ ପାଇଁ। ତୁମେ କାଶ୍ମୀରବାସୀଙ୍କୁ ରଗାଉଛ, ତେଣୁ ବର୍ତ୍ତମାନ ନର୍କରେ ମରିବା ପାଇଁ ପ୍ରସ୍ତୁତ ହୋଇଯାଅ। ମୋର ସମସ୍ତ ବନ୍ଧୁ ଶାନ୍ତି ଚାହାନ୍ତି”।
ରବୀ ପାକିସ୍ତାନର ଜଣେ ପପ୍‍ ଗାୟିକା ଓ ଅନେକ ଟିଭି ଶୋ’ରେ ମଧ୍ୟ ଉପସ୍ଥାପନା କରିଛନ୍ତି। ୨୦୧୭ରେ ସେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ବଲିଉଡ଼ ଇଣ୍ଡଷ୍ଟ୍ରୀ ଓ ସଲମାନଙ୍କ ବିରୋଧ କରିଥିଲେ। ନିକଟରେ ସେ କାଶ୍ମୀର ବିବାଦ ଉପରେ ଏକ ଗୀତ ଗାଇବାକୁ ନେଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories