www.samajalive.in
Friday, December 12, 2025
19.1 C
Bhubaneswar

ଦିଲ୍ଳୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଅଧ୍ୟକ୍ଷ ସମେତ ୩ ପଦ ଜିତିଲା ଏବିଭିପି

ନୂଆଦିଲ୍ଲୀ : ଦିଲ୍ଳୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସୟୁ) ୨୦୧୯ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଜିମାତ କରିଛି। ବିଜେପି ସମର୍ଥିତ ଏବିଭିପି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଯୁଗ୍ମ ସମ୍ପାଦକ ପଦରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ସମର୍ଥିତ ଭାରତ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ମାତ୍ର ଗୋଟିଏ ସମ୍ପାଦକ ପଦରେ ବିଜୟୀ ହୋଇଛି।

ସୂଚନା ଅନୁସାରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗୁରୁବାର ମତଦାନ ହୋଇଥିଲା। ୧.୩ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୯.୯୦% ଛାତ୍ରଛାତ୍ରୀ ନିଜ ମତଦାନ ସାବ୍ୟସ୍ତ କରିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫% କମ ମତଦାନ ହୋଇଛି। ଗତ ନିର୍ବାଚନରେ ଏବିଭିପି ୪ରୁ ୩ ଆସନ ଓ ଏନଏସୟୁଆଇ ଗୋଟିଏ ଆସନରେ ବିଜୟୀ ହୋଇଛି। ମତଦାନ ଶୁକ୍ରବାର ସକାଳ ସାଢେ ୮ଟାଠାରୁ ଆରମ୍ଭ ହୋଇଥିଲା। ଡିୟୁଏସୟୁ ନିର୍ବାଚନରେ ୧୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଓ ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ପ୍ରାର୍ଥୀ ଥିଲେ। ବିଶେଷ କରି ଆରଏସଏସ ଏବଂ ବିଜେପି ସମର୍ଥିତ ଏବିଭିପି ଏବଂ କଂଗ୍ରେସ ସମର୍ଥିତ ଏନଏସୟୁଆଇ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଅଧ୍ୟକ୍ଷ ପଦରେ ଏନଏସୟୁଆଇ ପ୍ରାର୍ଥୀ ଚେତନା ତ୍ୟାଗୀଙ୍କୁ ହରାଇ ଏବିଭିପି ପ୍ରାର୍ଥୀ ଅକ୍ଷିତ ଦାହିୟା ବିଜୟୀ ହୋଇଛନ୍ତି। ସେହିପରି ଏବିଭିପିର ପ୍ରଦୀପ ତମ୍ବର ଉପାଧ୍ୟକ୍ଷ ଏବଂ ଶିବାଂଗୀ ଖେରୱାଲ ଯୁଗ୍ମ ସଚିବ ପଦରେ ବିଜୟୀ ହୋଇଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories