ଦେଢ ବର୍ଷରେ ଭାରତକୁ ମିଳିବ ଏସ୍‌-୪୦୦ କ୍ଷେପଣାସ୍ତ୍ର

0

ମସ୍କୋ : ଆଗାମୀ ୧୮ରୁ ୧୯ ମାସ ମଧ୍ୟରେ ଭାରତକୁ ଏସ୍‌-୪୦୦ ଟ୍ରାଏମ୍ଫ କ୍ଷେପଣାସ୍ତ୍ର ଯୋଗାଇ ଦିଆଯିବ ବୋଲି ରୁଷ କହିଛି। ରବିବାର ରୁଷ ଉପପ୍ରଧାନମନ୍ତ୍ରୀ ୟୁରି ବୋରିସୋଭ କହିଛନ୍ତି ଯେ ଏସ-୪୦୦ କ୍ଷେପଣାସ୍ତ୍ର ପାଇଁ ଆଗୁଆ ଅର୍ଥ ମିଳିସାରିଛି। ତେଣୁ ସମସ୍ତ ଜିନିଷ ନିର୍ଦ୍ଧାରିତ ସମୟ ୧୮ରୁ ୧୯ ମାସ ମଧ୍ୟରେ ଯୋଗାଇ ଦିଆଯିବ। ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରାଯାଇପାରୁଥିବା ଏହି ଦୂରଗାମୀ କ୍ଷେପଣାସ୍ତ୍ର କ୍ରୟ ଲାଗି ଭାରତ  ୫.୪୩ ବିଲିୟନ ଡଲାରର ବୁଝାମଣା କରିଛି। ୨୦୧୮ ଅକ୍ଟୋବରରେ ଏ ନେଇ ରୁଷ ସହିତ ବୁଝାମଣା ସ୍ବାକ୍ଷର ହୋଇଥିଲା। ବୁଝାମଣା ଅନୁଯାୟୀ ଭାରତ ୫ଟି ଏସ୍-୪୦୦ ସିଷ୍ଟମ କ୍ରୟ କରିବ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚଳିତ ମାସରେ ମସ୍କୋ ଯାଇ ତାଙ୍କର ପ୍ରତିପକ୍ଷ ସେର୍ଗେ ଲାଭରୋଭଙ୍କ ସହିତ ଏ ପ୍ରସଙ୍ଗରେ ଅଧିକ କଥାବାର୍ତ୍ତା କରିବେ।

Leave A Reply