www.samajalive.in
Wednesday, December 10, 2025
26.1 C
Bhubaneswar

ଟ୍ରାଫିକ୍ ନିୟମ ଭାଙ୍ଗି ୩୮ମଦୁଆ ଗାଡି ଚାଳକ ଗିରଫ

ଭୁବନେଶ୍ବର : ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାପରେ ସାରା ରାଜ୍ୟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଛି। ଶୁକ୍ରବାର ରାଜ୍ୟରେ ଥିବା ବିଭିନ୍ନ ଟୋଲ ଗେଟରୁ ୩୮ଜଣ ଗାଡି ଚାଳକ ଟ୍ରାଫିକ ନିୟମ ଭାଙ୍ଗି ଗିରଫ ହୋଇଥିବା ଜଣାପଡିଛି। ଗିରଫ ହୋଇଥିବା ଚାଳକମାନେ ମଦ୍ୟପାନ କରି ଗାଡି ଚଳାଉଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ସାରା ରାଜ୍ୟର ବିଭିନ୍ନ ଜିଲାରୁ ୩୮ଜଣଙ୍କୁ ଗିରଫ କରାଯାଇଛି। ସୁନ୍ଦରଗଡ଼ରୁ ୧୧ଜଣ, ସମ୍ବଲପୁରରୁ ତିନି ଜଣ, କେନ୍ଦୁଝରରୁ ୫ଜଣ, ଯାଜପୁରରୁ ୩ଜଣ, ବରଗଡ଼ରେ ୩ଜଣ, କଟକରେ ୪ଜଣ , ଗଞ୍ଜାମରେ ୩ଜଣ, ଖୋର୍ଦ୍ଧାରେ ୩ଜଣ ଓ ବାଲେଶ୍ବରରୁ ତିନି ଜଣ ମଦୁଆ ଚାଳକଙ୍କୁ ଗିରଫ କରାଯାଇଛି।

ସୂଚନା ଯୋଗ୍ୟ, ପରିବହନ ସଚିବ ଜି. ଶ୍ରିନିବାସନ୍ ରାଜ୍ୟର ଥିବା ସମସ୍ଥ ୧୪ଟି ଟୋଲ ଗେଟରେ ମଦ୍ୟପାନ କରି କରି ଗାଡି ଚାଳକଙ୍କୁ ଧରିବା ପାଇଁ ବ୍ରେଥ୍ ଆନାଲାଇଜର ଦ୍ବାରା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories