www.samajalive.in
Wednesday, December 10, 2025
26.1 C
Bhubaneswar

ପରାଜୟ ସ୍ୱୀକାର କରିବା ଭାରତୀୟମାନଙ୍କ ରକ୍ତରେ ନାହିଁ – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନକୁ ପୁନର୍ବାର ଆଶ୍ୱାସନା ଦେଇ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ଆମର ମନୋବଳକୁ ଦୁର୍ବଳ କରିନାହିଁ, ବରଂ ଅଧିକ ମଜବୁତ୍‍ କରିଛି ବୋଲି କହିଛନ୍ତି। ଲ୍ୟାଣ୍ଡର୍‍ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଅଳ୍ପ ସମୟ ପୂର୍ବରୁ ଏହା ସହ ସମ୍ପର୍କ ବିଚ୍ଛିନ୍ନ ହେବାର ମାତ୍ର କିଛି ଘଣ୍ଟା ପରେ ଇସ୍ରୋରୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଫଳତା ପରେ ପରାଜୟ ସ୍ୱୀକାର କରିବା ଭାରତୀୟମାନଙ୍କ ରକ୍ତରେ ନାହିଁ। ଭାରତର ଗୌରବମୟ ଇତିହାସରୁ ଆମକୁ ଏଭଳି ଅନେକ ମୁହୂର୍ତ୍ତଗୁଡ଼ିକ ବିଷୟରେ ଜଣାପଡ଼ିବ, ଯେଉଁଥିରେ ଭାରତର ଜନସାଧାରଣ କେବେ ସେମାନଙ୍କର ଉଦ୍ୟମରୁ ଓହରି ଯାଇ ନ ଥିବାର ଦୃଷ୍ଟାନ୍ତମାନ ରହିଛି। ପରିସ୍ଥିତିକୁ ପରୀକ୍ଷା ନିରୀକ୍ଷା କରିବା ପରେ ଭାରତ ପୁନର୍ବାର ତା’ର ଲକ୍ଷ୍ୟପଥରେ ଅଗ୍ରସର ହେବ ବୋଲି ସେ ଜୋର୍‍ ଦେଇ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ଆଗକୁ ଆହୁରି ଅନେକ କାର୍ଯ୍ୟ କରି ଦେଖାଇବାକୁ ବାକି ରହିଥିବା ବିଷୟରେ ଦେଶବାସୀ ବେଶ୍‍ ଅବଗତ ଅଛନ୍ତି। ସେ କହିଛନ୍ତି, ଯେତେବେଳେ ମହାକାଶ କାର୍ଯ୍ୟକ୍ରମ ପ୍ରସଙ୍ଗ କଥା ଉଠିବ, ସେତେବେଳେ ଆମପାଇଁ ଆଗକୁ ଆହୁରି ଅନେକ କାର୍ଯ୍ୟ କରି ଦେଖାଇବାକୁ ପଡ଼ିବ। ମହାକାଶ ବିଜ୍ଞାନୀମାନଙ୍କର ଅକ୍ଳାନ୍ତ ଉଦ୍ୟମର ସେ ଭୂୟସୀ ପ୍ରଶଂସା କରିଛନ୍ତି।

- Advertisement -

ପୂର୍ବରୁ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‍ ଚନ୍ଦ୍ରପୃଷ୍ଟରେ ଧୀରେ ଅବତରଣ କରିବାର ମାତ୍ର ଅଳ୍ପକିଛି ମିନିଟ୍‍ ଆଗରୁ ଏହାସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଭୋର୍‍ ଗୋଟାଏ ୩୮ ମିନିଟ୍‍ ୩ ସେକେଣ୍ଡରେ ଲ୍ୟାଣ୍ଡର୍‍ ଚନ୍ଦ୍ରଆଡ଼କୁ ଅଗ୍ରସର ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କ ଗହଣରେ ସେଠାରେ ଉପସ୍ଥିତ ଥିଲେ। ୮୪ ଜଣ ସ୍କୁଲ୍‍ ପିଲା ମଧ୍ୟ ତାଙ୍କ ସହ ଏହି ଐତିହାସିକ ଦୃଶ୍ୟକୁ ଦେଖିବାପାଇଁ ସେଠାରେ ଉପସ୍ଥିତ ଥିଲେ। ଲ୍ୟାଣ୍ଡର୍‍ ଧୀରେ ଧୀରେ ଚନ୍ଦ୍ରର ନିକଟବର୍ତ୍ତୀ ହେଉଥିଲା ଓ ନିର୍ଦ୍ଧାରିତ ବେଗରେ ଏହା ଚନ୍ଦ୍ରଆଡ଼କୁ ଗତି କରୁଥିଲା। ଚନ୍ଦ୍ରଠାରୁ ଏହା ୨୧୦୦ ମିଟର ଦୂରରେ ପହଞ୍ଚିଥିବାବେଳେ ଏହାସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ଲ୍ୟାଣ୍ଡର୍‍ର ପରବର୍ତ୍ତୀ କାର୍ଯ୍ୟକଳାପ ବିଷୟରେ ଇସ୍ରୋ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ଲ୍ୟାଣ୍ଡର୍‍ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର କାରଣ ବିଷୟରେ ଜାଣିବାପାଇଁ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରାଯାଉଛି। ପୂର୍ବରୁ ଇସ୍ରୋ ଚେୟାର୍‍ମ୍ୟାନ୍‍ କେ. ଶିବମ୍‍ ଲ୍ୟାଣ୍ଡର୍‍ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବିଷୟକୁ ନିଶ୍ଚିତ କରିସାରିଥିଲେ। ବୈଜ୍ଞାନିକମାନଙ୍କ ଗହଣରେ ସେତେବେଳେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ସେମାନଙ୍କର କଠିନ ପରିଶ୍ରମ ପାଇଁ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ। ଇସ୍ରୋ ବୈଜ୍ଞାନିକମାନଙ୍କର ପ୍ରଶଂସା କରି ସେ କହିଥିଲେ, ଏହା କୌଣସି ଦୃଷ୍ଟିରୁ ଏକ ଛୋଟ ସଫଳତା ନୁହେଁ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‍ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ପରେ ଏଥିରେ ବିବ୍ରତ ନ ହେବାପାଇଁ ବିଭିନ୍ନ ନେତାମାନଙ୍କ ପାଖରୁ ସନ୍ଦେଶମାନ ଆସି ପହଞ୍ଚୁଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା, ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର, କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ବହୁଜନ ସମାଜ ପାଟିର ନେତା ମାୟାବତୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମପାଇଁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ କ୍ରିକେଟ୍‍ ଦଳର କ୍ୟାପ୍‍ଟେନ୍‍ ବିରାଟ କୋହଲୀ, ପୂର୍ବତନ କ୍ରିକେଟ୍‍ ଖେଳାଳି ତଥା ସାଂସଦ ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହୱାଗ୍‍, କୁସ୍ତି ପ୍ରତିଯୋଗୀ ଗୀତା ଫୋଗଟ୍‍ ଓ ଯୋଗେଶ୍ୱର ଦତ୍ତଙ୍କ ଭଳି କ୍ରୀଡ଼ାବିତ୍‍ମାନେ ମଧ୍ୟ ଇସ୍ରୋ ବୈଜ୍ଞାନିକମାମାନଙ୍କର ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories