www.samajalive.in
Monday, December 8, 2025
16.1 C
Bhubaneswar

ଏସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ : ଦେଇଥାଏ କିଡ୍‌ନୀ ଖରାପର ସୂଚନା

ଆଜିକାଲି ଲୋକେ ଅନେକ ରୋଗର ଶିକାର ହେଉଛନ୍ତି। ଏହାର କାରଣ ବ୍ୟସ୍ତବହୁଳ ଜୀବନଶୈଳୀରେ ଖାଦ୍ୟପେୟରେ ଅନିୟମିତତା ତଥା ବିଶୃଙ୍ଖଳା ଓ ପ୍ରଦୂଷଣ ଇତ୍ୟାଦି। ବିଶେଷ କରି କିଡ୍‌ନୀ ସମସ୍ୟା ପ୍ରାୟ ବହୁତ ଲୋକଙ୍କଠାରେ ଦେଖାଦେଉଛି। ତେବେ ସମୟ ଥାଉ ଥାଉ ରୋଗ ବିଷୟରେ ଜାଣି ପାରିଲେ ତା କବଳରୁ ମୁକ୍ତି ପାଇବା ସହଜ ହୋଇଥାଏ। ନଚେତ୍ ଏହା ଆମକୁ ସମ୍ପୂର୍ଣ୍ଣ କବଳିତ କହିବା ସହ ସେଥିରୁ ରକ୍ଷା ପାଇବା ଅସମ୍ଭବ ହୋଇପଡ଼େ। କିଡ୍‌ନୀ ଖରାପ ହେବା ପୂର୍ବରୁ ଆମକୁ କିଛିଟା ସଙ୍କେତ ଦେଇଥାଏ। ଯାହାକୁ ଚିହ୍ନଟ କରିପାରିଲେ ଆମେ ସମସ୍ୟାରୁ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା ଶରୀରର କେଉଁ ସବୁ ସଙ୍କେତ ଦେଖି ଆମେ ଜାଣିବା ଯେ, ଆମ କିଡ୍‌ନୀ ଖରାପ ହୋଇ ଆସୁଛି –

ପରିସ୍ରାରେ ଅନିୟମିତତା ବା କମ୍ ପରିସ୍ରା ହେବା : ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି କିମ୍ବା କମ୍ ପରିସ୍ରା ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ବାରମ୍ବାର ପରିସ୍ରା ଲାଗିବା କିଡ୍‌ନୀ ଖରାପ ହେବାର ସଙ୍କେତ ଦେଇଥାଏ। କିଡ୍‌ନୀଜନିତ ସମସ୍ୟା ଥିଲେ ପରିସ୍ରା ହେବାରେ ଅସୁବିଧା ଦେଖାଦିଏ।

- Advertisement -

ପରିସ୍ରାରେ ରକ୍ତ ପଡ଼ିବା : ପରିସ୍ରାରେ ନିୟମିତ ଭାବେ ରକ୍ତ ପଡ଼ୁଥିଲେ ଏହା କିଡ୍‌ନୀ ଖରାପର ସଙ୍କେତ ଦେଇଥାଏ।

କିଡ୍‌ନୀରେ ପାଣି ଜମା ହେବା : କିଡ୍‌ନୀ ଖରାପ ହେବା ଫଳରେ କିଡ୍‌ନୀରେ ଅତିରିକ୍ତ ପାଣି ଜମା ହୋଇଥାଏ। ଏହାଦ୍ୱାରା କିଡନୀ ଠିକ୍ ଭାବେ କାମ କରିପାରେନାହିଁ। ଅତିରିକ୍ତ ପାଣି ଜମା ହେବା ଫଳରେ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ଉପୁଜେ।

ଶରୀରର ଓଜନ ଅଚାନକ ବୃଦ୍ଧି ହେବା : ଶରୀରର ଓଜନ ଅଚାନକ ବଢ଼ିବା ଏବଂ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଫୁଲିଯିବା କିଡ୍‌ନୀ ଫେଲ୍ ହେବାର ଅନ୍ୟତମ ଲକ୍ଷଣ। ଯଦି ଆପଣଙ୍କ ହାତ ପାଦ ବା ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅସ୍ୱାଭାବିକ ଭାବେ ଫୁଲୁଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାନ୍ତୁ।

ମୁଣ୍ଡ ବୁଲାଇବା : କିଡ୍‌ନୀରେ ସମସ୍ୟା ସୃଷ୍ଟି ହେଲେ ମୁଣ୍ଡ ବୁଲାଇବାର ସମ୍ଭାବନା ଥାଏ। ଦିନ ସାରା ଥକ୍କାପଣ ଅନୁଭବ ହୋଇଥାଏ। ତେବେ କେବଳ କିଡ୍‌ନୀ ଖରାପ ହେଲେ ନୁହେଁ ଶରୀରରେ ରକ୍ତ ଅଭାବ ଥିଲେ ମଧ୍ୟ ଏଭଳି ସମସ୍ୟା ଦେଖାଦିଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories