www.samajalive.in
Wednesday, December 10, 2025
18.1 C
Bhubaneswar

୬ହଜାର ୯୯୯ଟଙ୍କାରେ ବଜାରକୁ ଆସିଲା ଏହି ଫୋନ

ନୂଆଦିଲ୍ଲୀ : ସ୍ମାର୍ଟଫୋନ କମ୍ପାନୀ ‘ଇନଫିନକ୍ସ’ ଭାରତରେ ତାର ଏକ ସସ୍ତା ସ୍ମାର୍ଟଫୋନ ‘ଇନଫିନିକ୍ସ ହଟ-୮’ ଲଞ୍ଚ କରିଛି। ଏହି ଫୋନର ମୂଲ୍ୟ ୬ହଜାର ୯୯୯ଟଙ୍କା। ଏହାର ବିକ୍ରି ଅନଲାଇନ ଷ୍ଟୋର ଫ୍ଲିପକାର୍ଟରୁ ହେବ।
‘ଇନଫିନିକ୍ସ ହଟ-୮’ର ବିଶେଷତ୍ବ
‘ଇନଫିନିକ୍ସ ହଟ-୮’ରେ ୬.୫୨ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ମଳିବ। ଯାହାର ରିଜୋଲ୍ୟୁସନ୍୧୬୦୦/୭୨୦ପିକ୍ସଲ। ଏହାର ଡିସପ୍ଲେ ଉପରେ ୨.୫ଡି କର୍ଡ ଗ୍ଲାସର ସୁରକ୍ଷା ଦିଆଯାଇଛି। ଫୋନରେ ମିଡିଆଟେକର ଅକ୍ଟାକୋର ହିଲିଓ ପି-୨୨ ପ୍ରୋସେସର ରହିଛି। ଯାହାର କ୍ଲକ୍ ସ୍ପିଡ଼୨ଜିଏଚଜେଡ୍। ଫୋନରେ ୪ଜିବି ରାମ ସହିତ ୬୪ଜିବି ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ୨୫୬ଜିବି ପର୍ୟ୍ୟନ୍ତ ବଢାଇପାରିବେ।
ଏହି ଫୋନରେ ତିନୋଟି ରିଅର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏଫ/୧.୮ ଫିର୍ଚର ରହିଛି। ସେହିଭଳି ଦ୍ବିତୀୟ କ୍ୟାମେରାଟି ୨ମେଗାପିକ୍ସେଲ ଏବଂ ଏହାର ତୃତୀୟ କ୍ୟାମେରାଟି କମ୍ ଆଲୋକରେ ଭଲ ଫଟୋ ଉଠାଇବା ପାଇଁ ଦିଆଯାଇଛି। ଏହାର ଆଗପଟେ ୮ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। ଆଗପଟ କ୍ୟାମେରାରେ ଫ୍ଲାସ ଲାଇଟ୍ ମଧ୍ୟ ରହିଛି।
ଫୋନରେ ଆଣ୍ଡ୍ରଏଡ ୯.୦ମିଳିବ। ଏହାବ୍ୟତୀତ ଏଥିରେ ୫ହଜାର ଏମ୍ଏଚ୍ ବ୍ୟାଟେରୀ ରହିଛି। ଫୋନରେ ଡୁଆଲ ସିମ ସପୋର୍ଟ, ୪ଜି ଭୋଲଟିଇ, ବ୍ଲୁ-ଟୁଥ ୫.୦, ୱାଇ-ଫାଇ, ଜିପିଏସ୍ ଏବଂ ୟୁଏସବି ପୋର୍ଟ ମିଳିବ। ଏହାସହିତ ଫୋନ ପଛପଟେ ଟିପଚିହ୍ନ ସେନସର ଏବଂ ଫେସ୍ ଅନଲକ ମଧ୍ୟ ରହିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories