www.samajalive.in
Wednesday, December 10, 2025
18.1 C
Bhubaneswar

କୁମାରୀ ଶୈଳଜା ହେଲେ ହରିୟାଣା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ହରିୟାଣାରେ ବଡ଼ଧରଣର ଅଦଳବଦଳ କରିଛି। ଦଳିତ ନେତ୍ରୀ କୁମାରୀ ଶୈଳଜାଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି। ହରିୟାଣା କଂଗ୍ରେସ ପ୍ରଭାରୀ ଗୁଲାମ ନବୀ ଆଜାଦ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।

ଏଥିଯୋଗୁଁ ଅଶୋକ ତନୱର ଏବଂ ଭୁପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ବଡ଼ ଝଟକା ଲାଗିଛି। ତେବେ ହୁଡ୍ଡାଙ୍କୁ କଂଗ୍ରେସ ବିଧାୟକ ଦଳର ନେତା ଏବଂ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେବା ନେଇ ତାଙ୍କ ଆଶାରେ ପାଣି ପଶିଯାଇଛି। ସୂଚନା ଅନୁସାରେ ଅଶୋକ ତନୱର ଏବଂ ଭୁପେନ୍ଦ୍ର ସିଂହ ହୁଡ୍ଡାଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଅଶୋକ ତନୱରଙ୍କୁ ପାର୍ଟିରୁ ହଟାଇବା ପାଇଁ ହୁଡ୍ଡା ଦାବି କରିଆସୁଥିଲେ। ଅଶୋକ ତନୱର କୌଣସି ବି ପରିସ୍ଥିତିରେ ରାଜ୍ୟର ଭାର ହୁଡ୍ଡାଙ୍କୁ ନମିଳୁ ବୋଲି ଚାହୁଁଥିଲେ। ଫଳରେ ମଝି ବାଟ ବାହାର କରାଯାଇ କୁମାରୀ ଶୈଳଜାଙ୍କୁ ହରିୟାଣା କଂଗ୍ରେସର ଦାୟିତ୍ୱ ପ୍ରଦାନ କରାଯାଇଛି।

- Advertisement -

କଂଗେସର ଦଳିତ ନେତା ଭାବେ ଜଣାଶୁଣା କୁମାରୀ ଶୈଳଜ ହେଉଛନ୍ତି ହରିୟାଣାର ପ୍ରମୁଖ ଦଳିତ ନେତା ଚୌଧୁରୀ ଦଳବୀର ସିଂହଙ୍କ ଝିଅ। ଦଳବୀର ସିଂହ ମଧ୍ୟ ହରିୟାଣା କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ଓ ସେ ଅନେକ ଥର କେନ୍ଦ୍ର ମନ୍ତ୍ରୀ ହୋଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories