www.samajalive.in
Wednesday, December 10, 2025
18.1 C
Bhubaneswar

ଆପଣାନ୍ତୁ ଏହି ଘରୋଇ ଉପାୟ : ଚୁଟ୍‌କିରେ ଦୂର ହେବ ରୂପି ସମସ୍ୟା

ଆଜିକାଲି କେଶର ରୂପି ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ। କାରଣ ରୂପି ହେବା ଫଳରେ କେଶ ନଷ୍ଟ ହେବା ସହ କୁଣ୍ଡେଇ ହୁଏ ଓ ପ୍ରବଳ ମାତ୍ରାରେ କେଶ ଝଡ଼ିଥାଏ। ଏହି ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଆପଣାଇ ଥାଆନ୍ତି। ହେଲେ କହାକୁ ସୁଫଳ ମିଳେ ତ ଆଉ କାହାକୁ ମିଳେନାହିଁ। ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ଅବଲମ୍ବନ କରିବା ଦ୍ବାରା ରୂପି ସମସ୍ୟା ସବୁଦିନ ପାଇଁ ଦୂରେଇଯିବ। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ-

ଘିକୁଆଁରୀ : ଘିକୁଆଁରୀ ରସରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ। ଯାହା ରୂପି ସମସ୍ୟା ଦୂର କରିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ କରିଥାଏ। ଘିକୁଆଁରୀ ନଥିଲେ ବଜାରରେ ମିଳୁଥିବା ଆଲୋଭେରା ଜେଲ୍କୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଆଲୋଭେରା ଜେଲ୍କୁ କେଶ ମୂଳରେ ଲଗାଇ ୧୫ରୁ ୨୦ ମିନିଟ୍ ପର୍ୟ୍ୟନ୍ତ ରଖନ୍ତୁ। ପରେ ଅଳ୍ପ ଶାମ୍ପୋ ବ୍ୟବହାର କରି ଭଲ ଭାବେ ମୁଣ୍ଡ ସଫା କରିଦିଅନ୍ତୁ।

- Advertisement -

ନଡ଼ିଆ ତେଲ ଓ ଲେମ୍ବୁ ରସ : ନଡ଼ିଆ ତେଲ କେଶ ତଥା କେଶ ମୂଳ ପାଇଁ ଔଷଧ ଭଳି କାମ କରିଥାଏ। ତ୍ୱଚାକୁ ମଶ୍ଚରାଇଜ କରିବାରେ ନଡ଼ିଆ ତେଲ ସାହାଯ୍ୟ କରେ। ସେହିପରି ଲେମ୍ବୁ ରସରେ ସାଇଟ୍ରିକ ଏସିଡ୍ ରହିଥିବାରୁ ଏହା ଆଣ୍ଟି ଫଙ୍ଗଲର କାମ କରିଥାଏ। ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ କେଶ ମୂଳରେ ମାଲିସ କରିବା ଦ୍ୱାରା ରୂପି ସମସ୍ୟା ଦୂର ହେବା ସହ କେଶ ମଜବୁତ ହୋଇଥାଏ। ଚାରି ଚାମଚ ନଡ଼ିଆ ତେଲରେ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। କିଛି ସମୟ ଏମିତି ରଖିବା ପରେ ଶାମ୍ପୋରେ ଭଲ ଭାବେ ମୁଣ୍ଡ ସଫା କରିଦିଅନ୍ତୁ।

ମେହେନ୍ଦି : ରୂପି ସମସ୍ୟା ଦୂର କରିବାରେ ମେହେନ୍ଦି ବିଶେଷ ଭାବେ ସହାୟକ ହୋଇଥାଏ। ମେହେନ୍ଦିରେ ପ୍ରାକୃତିକ ତତ୍ତ୍ବ ରହିଥାଏ ଯାହା କଣ୍ଡିସନର ଭଳି କାର୍ୟ୍ୟ କରେ ଏବଂ ରୂପିକୁ ମୂଳପୋଛ କରିଥାଏ। ମେହେନ୍ଦିରେ ମେଥି ପାଉଡ଼ର, ଲେମ୍ବୁ ରସ ଓ କିଛି ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ କେଶ ମୂଳ ସହ ସମ୍ପୂର୍ଣ୍ଣ କେଶରେ ଲଗାନ୍ତୁ। ଦୁଇ ତିନି ଘଣ୍ଟା ପରେ ମୁଣ୍ଡକୁ ଧୋଇ ଦେଇ ତେଲ ଲଗାନ୍ତୁ। ଏଭଳି ୨-୩ ଥର କରିବା ଦ୍ୱାରା ରୂପି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିବ। ଆପଣ ଚାହିଁଲେ ମେହେନ୍ଦିରେ ମେଥି ସ୍ଥାନରେ କଞ୍ଚା ଅଣ୍ଡା ମଧ୍ୟ ମିଶାଇ ପାରିବେ।

କର୍ପୂର ଓ ନଡ଼ିଆ ତେଲ : କର୍ପୂର ଓ ନଡ଼ିଆ ତେଲରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ରୂପି ସମସ୍ୟା ଦୂର କରିଥାଏ। ଦୁଇ ଚାମଚ ନଡ଼ିଆ ତେଲରେ ଗୋଟିଏ ଚାମଚ କର୍ପୂର ମିଶାନ୍ତୁ। ଏହାକୁ କେଶ ଓ କେଶ ମୂଳରେ ମାଲିସ କରନ୍ତୁ। ଘଣ୍ଟାଏ ପରେ ମୁଣ୍ଡ ସଫା କରିଦିଅନ୍ତୁ। ଏହାଦ୍ବାରା ରୂପି ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିବ।

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories