www.samajalive.in
Saturday, December 13, 2025
26.1 C
Bhubaneswar

୯୨ଥର ହାରିଲା ପରେ ବି ପ୍ରାର୍ଥୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନର ଆଉ ଏକ ମଜାଦାର ଖବର ମିଳିଛି। ସରପଞ୍ଚ ହେବା ପାଇଁ ଜଣେ ବ୍ୟକ୍ତି ପ୍ରତିଜ୍ଞା ଭଙ୍ଗ ପୂର୍ବକ ୪୫ବର୍ଷ ବୟସରେ ବିବାହ କରିବା ଏବଂ ଜଣେ ମଡେଲ ତଥା ଅଭିନେତ୍ରୀ ଏହି ପଦ ପାଇଁ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଏମିତି ଆଉ ଜଣେ ପ୍ରାର୍ଥୀ ଚର୍ଚ୍ଚାକୁ ଆସିଛନ୍ତି; ଯେ କି ୯୩ ଥର ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେ ହେଉଛନ୍ତି ଆଗ୍ରାର ଧୁଲେ ଖାଁ ଅନ୍ତର୍ଗତ ରାଜ ନଗର ନାଗଲା ଅଧିବାସୀ ୭୪ବର୍ଷୀୟ ହଂସୁରାମ ଆମ୍ବେଦକର। ୧୯୮୪ରୁ ସେ କ୍ରମାଗତ ଭାବେ ପ୍ରାର୍ଥୀ ହୋଇଆସୁଛନ୍ତି ଏବଂ ଥରଟିଏ ବି ଜିତି ନାହାନ୍ତି। କୌଣସି ଗୋଟିଏ ନିର୍ବାଚନରେ ସେ ପ୍ରାର୍ଥୀ ହୋଇ ନାହାନ୍ତି ବୋଲି କଥା ନାହିଁ। ୨୦୧୯ ଲୋକସଭା ନିର୍ବାଚନରେ ସେ ଫତେପୁର ସିକ୍ରିରୁ ପ୍ରାର୍ଥୀ ହୋଇ ୪୨୦୦ ଖଣ୍ଡ ଭୋଟ ପାଇଥିଲେ। ସେ ରାଷ୍ଟ୍ରପତି ପଦ ପାଇଁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ପ୍ରକୃତ ସାଜ୍ଞା ଆମ୍ବେଦକରୀ ହୋଇଥିଲେ ମଧ୍ୟ ସେ ଆମ୍ବେଦକର ବୋଲି ଲେଖନ୍ତି ଏବଂ ନିଜକୁ ବାବା ସାହେବ ଆମ୍ବେଦକରଙ୍କ ଅନୁଗାମୀ ବୋଲି ଦାବି କରନ୍ତି। ତାଙ୍କର ଧୈର୍ଯ୍ୟକୁ ଏବେ ସବୁଆଡ଼େ ଆଲୋଚନା। ଆମ୍ବେଦକର ପେସାରେ ଜଣେ ଶ୍ରମିକ। ନିଜ ରୋଜଗାରରୁ ଅଧା ସେ ସମାଜସେବା ଓ ନିର୍ବାଚନରେ ଖର୍ଚ୍ଚ କରନ୍ତି। ଚଳିତ ନିର୍ବାଚନରେ ତାଙ୍କ ପତ୍ନୀ ସୁଷମା ଦେବୀ ମଧ୍ୟ ପ୍ରାର୍ଥୀ ହୋଇଥିବା ପ୍ରକାଶ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories