ସନ୍ଧ୍ୟା ୭ଟା ମୁଖ୍ୟ ଖବର

ପ୍ରୟାଗରାଜରେ ରେଳ ଷ୍ଟେସନ ବନ୍ଦ ଖବରକୁ ଖଣ୍ଡନ କଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ.. କହିଲେ ପ୍ରୟାଗରାଜର ସମସ୍ତ ୮ ଷ୍ଟେସନରୁ ସୁରୁଖୁରୁରେ ଚଳାଚଳ କରୁଛି ଟ୍ରେନ୍, ଗୁଜବକୁ ବିଶ୍ଵାସ କରନ୍ତୁ ନାହିଁ..

ଆସିଲା ମାଟ୍ରିକ ଆଡମିଟ କାର୍ଡ.. ୱେବସାଇଟରେ ଉପଲବ୍ଧ ହେଲା ଦଶମ ଏସଓଏସସି ଏବଂ ମଧ୍ୟମା ଆଡମିଟ କାର୍ଡ..

ପ୍ରେମିକାକୁ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ.. ୨୦୨୩ ପାଟପୁର ଥାନା ପୋଡ଼ାମାରିରେ ଯୁବତୀଙ୍କୁ ହତ୍ୟା ମାମଲାରେ ଦୋଷୀ ମିଥୁନ ବିଷୋୟୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲା ଜଜ୍‌ କୋର୍ଟ..

ଓଡ଼ିଶାରୁ ବିଦାୟ ନେଲେ ଭାରତ ଓ ଇଂଲଣ୍ଡ କ୍ରିକେଟ୍‌ ଟିମ୍‌.. ଭୁବନେଶ୍ବର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କଲେ ଉଭୟ ଦଳ..

ବିରେନ ସିଂହଙ୍କ ଇସ୍ତଫା ପରେ ବିଜେପି ସହ ମେଣ୍ଟକୁ ଫେରିଲା ଏନପିପି..

ଦିଲ୍ଲୀ ପରେ ପଞ୍ଜାବ ରାଜନୀତିରେ ହଟଚମଟ.. ପଞ୍ଜାବ ଆପ୍ ସରକାର ଭାଙ୍ଗିବ ବୋଲି କହିଲେ କଂଗ୍ରେସ ନେତା..

Comments are closed.