www.samajalive.in
Monday, December 8, 2025
13.1 C
Bhubaneswar

କୋଭିଡ ସଂକ୍ରମିତ ହୋଇନଥିଲେ ମଧ୍ୟ ୭ ଦିନ ସଂଗରୋଧ ବାଧ୍ୟତାମୂଳକ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକାରେ ବ୍ୟାପୁଥିବା କୋଭିଡର ନୂଆ ଘାତକ ପ୍ରକରଣ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ କର୍ଣ୍ଣାଟକ ସରକାର ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯିବା ଏବଂ କୋଭିଡ ସଂକ୍ରମିତ ନଥିବା ରିପୋର୍ଟ ଆସୁଥିବା ଯାତ୍ରୀଙ୍କୁ ସାତଦିନ ପାଇଁ ସଂଗରୋଧରେ ରହିବା ବାଧ୍ୟତାମୂଳକ କରିଛନ୍ତି । ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁକୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇଜଣ କରୋନା ସଂକ୍ରମିତ ଜଣାପଡିବା ପରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଦେଶରୁ ଆସୁଥିବା ଯେଉଁ ଯାତ୍ରୀ କୋଭିଡ ସଂକ୍ରମିତ ହୋଇନଥିବା ନମୁନା ପରୀକ୍ଷାରୁ ଜଣାଯିବ, ସେମାନଙ୍କୁ ସାତଦିନ ପାଇଁ ସଂଗରୋଧରେ ରଖାଯିବ । ସାତଦିନ ପରେ ପୁନର୍ବାର ସେମାନଙ୍କର ନମୁନା ପରୀକ୍ଷା କରାଯିବ । ଇତିମଧ୍ୟରେ ବିଦେଶରୁ ଫେରିଥିବା ୫୯୮ ଜଣ ଯାତ୍ରୀଙ୍କ ଉପରେ ଏହିଭଳି ନଜର ରଖାଯାଇଛି । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କର ଆରଟିପିସିଆର ପରୀକ୍ଷା କରାଯାଉଛି । ଯଦି ସେମାନେ ସଂକ୍ରମିତ ନଥିବେ ତେବେ ସେମାନଙ୍କୁ ନିଜ ଘରେ ସଂଗରୋଧରେ ରହିବାକୁ କୁହାଯାଉଛି । ଯଦି ସଂକ୍ରମିତ ବୋଲି ଜଣାପଡନ୍ତି ତେବେ ସେମାନଙ୍କୁ ସ୍ୱତନ୍ତ୍ର ଡାକ୍ତରଖାନାକୁ ଏକାନ୍ତବାସ ନିମନ୍ତେ ପଠାଇ ଦିଆଯିବା ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ କରୋନାର ନୂଆ ପ୍ରକରଣ ବି.୧.୧.୫୨୯ ବା ଓମିକ୍ରନ ପ୍ରଥମ ଦକ୍ଷିଣ ଆଫ୍ରିକାରେ ଗତ ସପ୍ତାହରେ ଚିହ୍ନଟ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟନ୍ତ ଚିନ୍ତାଜନକ ପ୍ରକରଣ ତାଲିକାରେ ସ୍ଥାନ ଦେଇଛି ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories