ସନ୍ଧ୍ୟା ୬ଟା ମୁଖ୍ୟ ଖବର
ଗେମ୍ ଚେଞ୍ଜର ହେବ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବ୍ୟବସ୍ଥା.. ଏହା ଲାଗୁ ହେଲେ ଦେଶର ଜିଡିପି ୧.୫% ବଢ଼ିବ ବୋଲି କହିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ..
୧୮ ଦିନ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ.. ଡିସେମ୍ବର ୩୧ ଯାଏଁ ହେବାର ଥିଲା.. ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ..
ଅକ୍ଷୟ ତୃତୀୟାରେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ.. ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ..
ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ.. ତାଲିବାନ ରିଫ୍ୟୁଜି ମନ୍ତ୍ରୀ ରହମାନ ହକ୍କାନୀଙ୍କ ମୃତ୍ୟୁ.. ୨୦୨୧ ସେପ୍ଟେମ୍ବର ୭ରୁ ଦାୟିତ୍ବ ତୁଲାଉଥିଲେ ହକ୍କାନୀ..
ଭାରତକୁ ମିଳିପାରେ ରୁଷର ଶକ୍ତିଶାଳୀ ରାଡାର ସିଷ୍ଟମ.. ୮ ହଜାର କିଲୋମିଟର ଦୂରରୁ ଶତ୍ରୁପକ୍ଷ କ୍ଷେପଣାସ୍ତ୍ରକୁ ଧ୍ବଂସ କରିବ..
ସୁପ୍ରିମକୋର୍ଟଙ୍କ ବଡ଼ ରାୟ.. ମହିଳା ବିରୋଧୀ ହିଂସା ଆଇନ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ ପାଇଁ ହୋଇନାହିଁ.. ବେଙ୍ଗାଲୁରୁରେ ସ୍ତ୍ରୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ..
ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା.. କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..
ଆଜିଠୁ ବଢିବ ଶୀତ.. ଆଗାମୀ ୩ଦିନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା.. କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା.. ଆଜିଠୁ ଶୁଖିଲା ପାଗ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..
Comments are closed.