ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ

ଭୁବନେଶ୍ଵର: ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ସାମାଜିକ ଦାୟିତ୍ଵବୋଧତା କାର୍ଯ୍ୟକ୍ରମ ଅଂଶବିଶେଷ ଭୁବନେଶ୍ଵରର କଣ୍ଟାବାଡ଼ସ୍ଥିତ ଆଦୃତା ଚିଲଡ୍ରେନ ହୋମକୁ ଏକ ୧୫ ଆସନ ବିଶିଷ୍ଟ ଓ୍ବିଙ୍ଗର ଭ୍ୟାନ ପ୍ରଦାନ କରାଯାଇଛି। ବ୍ୟାଙ୍କର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ଚାନ୍ଦ ଏବଂ ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସ୍ଵପ୍ନା ବନ୍ଦୋପାଧ୍ୟାୟଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ। ଆଦୃତା ଚିଲଡ୍ରେନ ହୋମ ଏକ ଅଣ-ସରକାରୀ ସଂସ୍ଥା ଯାହା ଅଥାଥ ପିଲାମାନଙ୍କର ଯତ୍ନ ନେବା ସହ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ।

Comments are closed.