ରାଜ୍ୟରେ ୨୭ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା
ଭୁବନେଶ୍ବର : ରାଜ୍ୟରେ ଅନେକ ସାମଗ୍ରୀ ଓ ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଥିବାବେଳେ ଆଉ କିଛି ବାଦ୍ ପଡିଯାଇଛନ୍ତି । ବୁଧବାର ବିଧାନସଭା ପ୍ରଶ୍ନୋତ୍ତର କାଳରେ ଏନେଇ ସୂଚନା ଦେଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଧାନସଭାରେ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଜବାବ ରଖି ଗୋକୁଳାନନ୍ଦ ମଲ୍ଲିକ ବର୍ତ୍ତମାନ ସୁଦ୍ଧା ଓଡିଶାର ଯେଉଁ ଯେଉଁ ଜିଲାରୁ ଯେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗୋଳିକ ସୂଚକାଙ୍କ ମାନ୍ୟତା ମିଳିଛି ତାର ତଥ୍ୟ ପ୍ରଦାନ କରିଛନ୍ତି । ଓଡ଼ିଶାର କେଉଁ କେଉଁ ଜିଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ସେନେଇ ପ୍ରଶ୍ନ କରିଥିଲେ । ମନ୍ତ୍ରୀ ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି । ତାଲିକାରେ ୨୭ଟି ସାମଗ୍ରୀ ବା ଉତ୍ପାଦ ସାମିଲ ରହିଛି । ରାଜ୍ୟରେ ସର୍ବାଧିକ ହସ୍ତଶିଳ୍ପ ବର୍ଗରେ ୧୬ଟି ଉତ୍ପାଦ ଓ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥିବା ୭ କୃଷି କ୍ଷେତ୍ରରେ ଏବଂ ୪ଟି ଖାଦ୍ୟ ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଛି । ପଟ୍ଟଚିତ୍ର ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲାକୁ ଜିଆଇ ମାନ୍ୟତା ମିଳିଥିବାବେଳେ ଓଡ଼ିଶା ରସଗୋଲା ପାଇଁ ଖୋର୍ଦ୍ଧା ଜିଲାକୁ ମାନ୍ୟତା ମିଳିଛି । କନ୍ଧମାଳ ହଳଦୀ ପାଇଁ କନ୍ଧମାଳ ଜିଲାକୁ ମାନ୍ୟତା ମିଳିଛି । ସେହିଭଳି ଓଡ଼ିଶା ଖଜୁରୀ ଗୁଡ ପାଇଁ ଗଜପତି ଓ ଖୋର୍ଦ୍ଧା ଜିଲାକୁ ମାନ୍ୟତା ମିଳିଛି ।
Comments are closed.