ପୁଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ୧୯୯୦ ବ୍ୟାଚ୍ ଆଇପିଏସ୍ ୱାଇ.ବି ଖୁରାନିଆ.. ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପି ଭାବେ ଦାୟିତ୍ବ ନେଲେ..
ବାଂଲାଦେଶ ବଦଳରେ ୟୁଏଇରେ ହେବ ମହିଳା ଟି-୨୦ ବିଶ୍ବକପ୍..
ରାହୁଲଙ୍କୁ ଟାର୍ଗେଟ କଲେ ଉପରାଷ୍ଟ୍ରପତି.. କହିଲେ ଅର୍ଥନୀତିକୁ ନଷ୍ଟ କରୁଛନ୍ତି..
କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ.. ମେଲ୍ ଯୋଗେ ଏଆଇସିସିକୁ ପଠାଇଲେ ଇସ୍ତଫା ପତ୍ର.. ୨୦୨୪ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡିରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ବିଜୟ ପଟ୍ଟନାୟକ..
ଅଗଷ୍ଟ ୧୯ ଏବଂ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ.. ସରକାରୀ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଅଭିଯୋଗ ଶୁଣାଣି ବନ୍ଦ ରହିବ.. ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା..
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା.. କାଲିଠୁ ଡାକ୍ତରଙ୍କ ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ..
ବିଧାନସଭା ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ.. ଜାମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀ.. ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ-କାଶ୍ମୀର ଭୋଟ୍ ଗ୍ରହଣ.. ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫, ଅକ୍ଟୋବର ୧ରେ ଭୋଟ୍ ଗ୍ରହଣ.. ଅକ୍ଟୋବର ୪ରେ ଜମ୍ମୁ-କାଶ୍ମୀର ନିର୍ବାଚନ ଭୋଟ ଗଣତି.. ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର.. ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୋଷଣା.. ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ.. ଅକ୍ଟୋବର ୪ରେ ହରିୟାଣା ବିଧାନସଭା ଭୋଟ୍ ଗଣତି..
ସାଲେପୁରରେ ଅଭାବନୀୟ ଘଟଣା.. ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଲେ ମହିଳା..
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ.. ୨୪ ଘଣ୍ଟାରେ ବିସ୍ତୃତି ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା.. ଉତ୍ତର ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷିବ..
ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର.. ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା.. ନିତ୍ୟା ମେନନ୍ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ.. ତିରୁଚିତ୍ରାମ୍ବଲମ ପାଇଁ ନିତ୍ୟା ଓ କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ମନୋନୀତ.. ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର.. ‘ଗୁଲମୋହର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର..



