ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଦେବାଶିଷ ନାୟକ.. ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ବିଜେପିରେ ସାମିଲ..

ଚତୁର୍ଥ ଟେଷ୍ଟ: ଦ୍ବିତୀୟ ପାଳିରେ ଇଂଲଣ୍ଡ ୧୪୫ ରନ୍‌ରେ ଅଲ୍‌ଆଉଟ୍‌, ଭାରତ ଆଗରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ..

ପଦ୍ମ ଧରିଲେ ବିଏସପି ସାଂସଦ ରିତେଶ ପାଣ୍ଡେ..

ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ବନ୍ଦ ରହିବ ମନ୍‌ କି ବାତ୍‌..

ୟୁପିର କୌଶାମ୍ବିରେ ଏକ ବାଣ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ.. ୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଗୁରୁତର.. କାରଖାନାରେ ୧୩ ଜଣ ଫସି ରହିଥିବା ସୂଚନା..

ନ୍ୟୁୟର୍କର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ.. ଭାରତୀୟ ସାମ୍ୱାଦିକ ମୃତ..

ମାଟ୍ରିକ୍ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଏବିଭିପି..

ମାଲକାନଗିରିରେ ପୁଲିସ ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ବିପୁଳ ମାରଣାସ୍ତ୍ର ଜବତ..

ଦିଲ୍ଲୀ ଚଲୋ ସ୍ଥଗିତ.. ଖୋଲିଲା ଦିଲ୍ଲୀ-ହରିୟାଣା ବର୍ଡର.. ଶମ୍ଭୁରେ ଚାଷୀଙ୍କ କ୍ୟାଣ୍ଡେଲ ଯାତ୍ରା..

ଏନଏସି ଘୋଷଣା କରାନଯିବା ପ୍ରତିବାଦରେ ବୌଦ୍ଧ ପୁରୁଣା କଟକରେ ୧୨ ଘଣ୍ଟିଆ ବନ୍ଦ ପାଳନ..

ବଲାଙ୍ଗୀର ଲୋଇସିଂହାରେ ୧୨ ଘଣ୍ଟିଆ ବନ୍ଦ ପାଳନ.. ଲୋଇସିଂହାକୁ ଏନଏସି ଘୋଷଣା କରାନଯିବା ପ୍ରତିବାଦରେ ବନ୍ଦ..

ମାଟ୍ରିମୋନିଆଲ ସାଇଟ୍‌ରେ ନିଜକୁ ନୌସେନା ଅଧିକାରୀ କହି ଯୁବତୀଙ୍କୁ ବ୍ଲାକମେଲ କରୁଥିବା ଯୁବକଙ୍କୁ ବାନ୍ଧିଲା ପୁଲିସ୍..

ଗୁଜରାଟରେ ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଆହୁରି ୩ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା..

Comments are closed.