www.samajalive.in
Saturday, December 6, 2025
19.1 C
Bhubaneswar

ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୬୬୫୪ ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୩୭୨୦

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯାହା ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୬୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୧୦୧କୁ ବୃଦ୍ଧି ପାଇଛି। ସେହିପରି ମୃତକଙ୍କ ସଂଖ୍ୟା ୩୭୨୦ରେ ପଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୫୧ ହଜାର ୭୮୪ ଜଣ ସୁସ୍ଥ ହୋଇଥିବାବେଳେ ୬୯ ହଜାର ୫୯୭ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ ମହାରାଷ୍ଟ୍ର ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୫୮୨ରେ ପହଞ୍ଚିଛି। ସେହିପରି ରାଜ୍ୟରେ ସର୍ବାଧିକ ୧୫୧୭ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି ନିମ୍ନରେ ଉଲ୍ଲେଖ କରାଯାଇଛି।

- Advertisement -

ରାଜ୍ୟ                  ସଂକ୍ରମିତ              ମୃତ

ମହାରାଷ୍ଟ୍ର                  ୪୪,୫୮୨               ୧୫୧୭

ତାମିଲନାଡୁ               ୧୪,୭୫୩               ୯୯

ଗୁଜରାଟ                  ୧୩,୨୭୩               ୮୦୨

ଦିଲ୍ଲୀ                       ୧୨,୩୧୯               ୨୦୮

ରାଜସ୍ଥାନ                  ୬୪୯୪                  ୧୫୩

ମଧ୍ୟପ୍ରଦେଶ               ୬୧୭୦                  ୨୭୨

ଉତ୍ତରପ୍ରଦେଶ            ୫୭୩୫                  ୧୫୨

ପଶ୍ଚିମବଙ୍ଗ                ୩୩୩୨                  ୨୬୫

ଆନ୍ଧ୍ରପ୍ରଦେଶ              ୨୬୬୭                   ୫୫

ପଞ୍ଜାବ                    ୨୦୨୯                   ୩୯

ତେଲେଙ୍ଗାନା             ୧୭୬୧                   ୪୮

ବିହାର                     ୨୧୬୬                  ୧୧

କର୍ଣ୍ଣାଟକ                  ୧୭୪୩                  ୪୧

ଜାମ୍ମୁ-କାଶ୍ମୀର             ୧୪୮୯                  ୨୦

ଓଡ଼ିଶା                     ୧୧୯୧                  ୭

ହରିୟାଣା                  ୧୦୬୭                  ୧୬

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories