ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା ଜିଲା ବାଲୁଗାଁ ଅନ୍ତର୍ଗତ ଗୁଣ୍ଡୁରପୁର ଛକରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ୬ ଜଣ ଆହତ ହୋଇଛନ୍ତି। କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପରେ ଶୁକ୍ରବାର ବିଳମ୍ବିତ ରାତିରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ପରସ୍ପରଙ୍କୁ ଟେକାପଥର ମାଡ଼ କରିଥିଲେ। ଏଥିରେ ୬ ଜଣ ଆହତ ହୋଇଥିଲେ। ଗଣ୍ଡଗୋଳ ସମୟରେ ୨ଟି ବାଇକକୁ ମଧ୍ୟ ପୋଡ଼ି ଦିଆଯାଇଛି। ଘଟଣାକୁ ନେଇ ଦୁଇ ସାହି ମଧ୍ୟରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉକ୍ତ ଅଞ୍ଚଳରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Popular Categories



