www.samajalive.in
Friday, November 14, 2025
25.1 C
Bhubaneswar

ଦେଶରେ ଖାଲି ପଡିଛି ୫୬୦୦ରୁ ଅଧିକ ବିଚାରପତି ପଦବୀ

ଡେସ୍କ: ନ୍ୟାୟପାଳିକାରେ ସମଗ୍ର ଦେଶରେ ୫ ହଜାର ୬୦୦ରୁ ଅଧିକ ବିଚାରପତି ପଦବୀ ଖାଲି ପଡ଼ିଛି ବୋଲି ସରକାର ସୂଚନା ଦେଇଛନ୍ତି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ସୁପ୍ରିମକୋର୍ଟରେ ୨ଟି, ହାଇକୋର୍ଟ ଗୁଡିକରେ ୩୬୪ଟି ଏବଂ ଜିଲ୍ଲା ଓ ଅଧିନସ୍ତ ଅଦାଲତରେ ୫ ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି। ଆହ୍ଲାବାଦ ହାଇକୋର୍ଟରେ ୧୬୦ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବା ବେଳେ ସେଥିମଧ୍ୟରୁ ପ୍ରାୟ ଅଧା, ୭୯ଟି ବିଚାରପତି ପଦବୀ ଖାଲି ପଡିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଇକୋର୍ଟରେ ପାଖାପାଖି ୫୦୦ ବିଚାରପତି ନିଯୁକ୍ତ ହୋଇଛନ୍ତି।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି। ଅବସର, ଇସ୍ତଫା କିମ୍ବା ବିଚାରପତିଙ୍କ ପଦୋନ୍ନତି କାରଣରୁ ହାଇକୋର୍ଟରେ ବିଚାରପତି ପଦବୀ ଖାଲି ରହୁଛି। ସାମ୍ବିଧାନିକ ଅଦାଲତର ବିଚାରପତି ନିଯୁକ୍ତି କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ମଧ୍ୟରେ ଏକ ନିରନ୍ତର, ସମନ୍ୱିତ ଏବଂ ସହଯୋଗୀ ପ୍ରକ୍ରିୟା ବୋଲି ସେ କହିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରେ ବିଭିନ୍ନ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ପରାମର୍ଶ ଓ ଅନୁମୋଦନ ଆବଶ୍ୟକ।

- Advertisement -

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘଓ୍ଵାଲ କହିଛନ୍ତି, ୫ ବର୍ଷରୁ ଅଧିକ ସମୟ ଧରି ସୁପ୍ରିମକୋର୍ଟରେ ୧୯ ହଜାର ୫୦୦ରୁ ଅଧିକ ମାମଲା ବିଚାରାଧୀନ ରହିଛି। ବିଭିନ୍ନ ହାଇକୋର୍ଟରେ ୨୭ ଲକ୍ଷରୁ ଅଧିକ ମାମଲା ୫ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories