www.samajalive.in
Saturday, December 6, 2025
26.1 C
Bhubaneswar

ଚାଷୀଙ୍କୁ ପ୍ରୋତ୍ସାହନ, କିଷାନ ରେଳରେ କାର୍ଯ୍ୟକାରୀ ହେଲା ୫୦% ରିହାତି

କିଷାନ ରେଳ ବ୍ୟବହାର କରୁଥିବା ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ରେଳ ମନ୍ତ୍ରଣାଳୟ ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ଫଳ ଓ ପନିପରିବା ଉପରେ ୫୦ ଶତାଂଶ ରିହାତି ଦେବାକୁ ନେଇଥିବା ନିଷ୍ପତ୍ତି କାର୍ୟ୍ୟକାରୀ କରିଛି। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ଅପରେସନ ଗ୍ରୀନ୍ସ-ଟପ୍ ଟୁ ଟୋଟାଲ ଯୋଜନାରେ ଚାଷୀଙ୍କୁ କିଷାନ ରେଳରେ ଏହି ରିହାତି ସିଧାସଳଖ ଯୋଗାଇ ଦିଆଯିବ। ଏ ବାବଦରେ ରେଳବାଇର ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହାକୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଭରଣା କରିବ। ଦେଶରେ ଚଳାଚଳ କରୁଥିବା କିଷାନ ଟ୍ରେନଗୁଡିକରେ ଏହି ପରିବହନ ରିହାତି ସୁବିଧା ଚଳିତବର୍ଷ ଅକ୍ଟୋବର ୧୪ ତାରିଖରୁ ଲାଗୁ କରାଯାଇଛି ।

ଏହି ରିହାତି ତାଲିକାରେ କେତେକ ଆମ୍ବ, ପାଚିଲା କଦଳୀ, ପିଜୁଳି, ଲିଚୁ, ଅମୃତଭଣ୍ଡା, ମୌସମ୍ବୀ, କମଳା, କିନୁ, କିୱି, କାଗାଜି ଏବଂ ବିଭିନ୍ନ ପ୍ରକାର ଖଟା ଲେମ୍ବୁ, ସପୁରୀ, ଡାଳିମ୍ବ, ପଣସ, ସେଓ, ପେସ୍ତାବାଦାମ, ଅଁଳା, ନାସ୍‌ପାତି ଭଳି ଫଳ ଓ ବିନ୍ସ, କଲରା, ବାଇଗଣ, ସିମଳା ଲଙ୍କା, ଗାଜର, ଫୁଲକୋବି, କଞ୍ଚାଲଙ୍କା, ଭେଣ୍ଡି, କାକୁଡି, ମଟର ଛୁଇଁ, ରସୁଣ, ପିଆଜ, ଆଳୁ ଓ ଟମାଟୋ ପନିପରିବା ରହିଛି। ଆବଶ୍ୟକ ହେଲେ କୃଷି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସୁପାରିସ ଆଧାରରେ ଅନ୍ୟାନ୍ୟ ଫଳ ଓ ପନିପରିବା ପରିବହନ ଉପରେ କିଷାନ ଟ୍ରେନରେ ପରିବହନ ରିହାତି ଯୋଗାଇ ଦିଆଯିବ। ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କୃଷିଜାତ ସାମଗ୍ରୀ ବିଶେଷକରି ଫଳ ଓ ପନିପରିବା ସହଜରେ ପଠାଇବା ପାଇଁ ସରକାର କିଷାନ ରେଳ ଚଳାଚଳର ବ୍ୟବସ୍ଥା କରିଛନ୍ତି। ଏହା ଫଳରେ ଉଭୟ ଚାଷୀ ଓ ଖାଉଟି ଉପକୃତ ହେଉଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ ଭାରତୀୟ ରେଳବାଇ ଏହାର ମାଲବାହୀ ଟ୍ରେନଗୁଡିକ ସାହାଯ୍ୟରେ କୃଷିଜାତ ସାମଗ୍ରୀର ପରିବହନ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି। ଲକ୍‌ଡାଉନ କାଳରେ ମଧ୍ୟ ମାଲବାହୀ ଟ୍ରେନଗୁଡିକ ନିୟମିତ ଚଳାଚଳ କରି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଫଳରେ ଦେଶରେ କୌଣସି ଭାଗରେ ଜିନିଷପତ୍ରର ଅଭାବ ପରିଲକ୍ଷିତ ହୋଇନଥିଲା। ଗହମ, ଡାଲି, ଫଳ ଓ ପନିପରିବା ପରିବହନ ପାଇଁ ରେଳବାଇ ପକ୍ଷରୁ ମାଲବାହୀ ଟ୍ରେନରେ ଅଧିକ ରେକର ବ୍ୟବସ୍ଥା କରାଯାଇଛି ଏବଂ ଏସବୁ ସାମଗ୍ରୀର ସୁଗମ ହୋଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories