କଟକ: ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା ମହାମାରୀ ‘କରୋନା’କୁ ଦୃଷ୍ଟିରେ ରଖି କଟକ ଆଡ୍ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। କାର୍ଯ୍ୟାଳୟରେ ଭିଡ଼ କମାଇବାକୁ ଗୋଟିଏ ଦିନରେ ୫୦ ପ୍ରତିଶତ କର୍ମଚାରୀ ଆସି କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଅର୍ଥାତ୍ ସମସ୍ତ କର୍ମଚାରୀ ଗୋଟିଏ ଦିନ ବ୍ୟବଧାନରେ ଅଫିସ୍ ଆସିବେ। ଏହା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଆଡ୍ଭୋକେଟ୍ ଜେନେରାଲ୍ ନର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଜନଗହଳିଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
Popular Categories



