www.samajalive.in
Thursday, December 11, 2025
15.1 C
Bhubaneswar

୩ ଜିଲାରେ ୪ ଦୁର୍ଘଟଣା; ଜଣେ ମହିଳାଙ୍କ ସହ ୫ ମୃତ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ୫ ଜଣ ଲୋକଙ୍କର ପ୍ରାଣ ଯାଇଛି । ଏହି ଦୁର୍ଘଟଣାଗୁଡ଼ିକରେ ୬ ଜଣ ଆହତ ହୋଇଛନ୍ତି ।

ବାଲେଶ୍ବର ସୀମାନ୍ତବର୍ତୀ କାକୁଡ଼ିଆ ଅଞ୍ଚଳର  ନିରଂଜନ ରାଉତ, ତାଙ୍କ ପତ୍ନୀ ମନୋରମା ଏବଂ ପୁଅ ରାଜେନ୍ଦ୍ର ଗତକାଲି ରାତିରେ ଏକ ସ୍କୁଟିରେ ଯାତ୍ରା କରୁଥିବାବେଳେ ସେମାନେ ଡାହିସଡା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମନୋରମା ଗାଡ଼ିରୁ ଖସି ପଡ଼ିଥିବାବେଳେ ପଛେ ପଛେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ସେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣାରେ ବାପା-ପୁଅ ଆହତ ହୋଇଥିଲେ । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତ ପିତା-ପୁତ୍ରଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ପଠାଇଛି ।

- Advertisement -

ସେହିପରି ବଲାଙ୍ଗିର ନିକଟସ୍ଥ ବଙ୍ଗୋମୁଣ୍ଡାରେ ଏକ ବାଇକ୍ ଦୁର୍ଘଟଣାରେ ୨ ଯୁବକ ପ୍ରାଣ ହରାଇଛନ୍ତି । ତିନିଜଣ ଯୁବକ ଏକ ବାଇକରେ  ସିନ୍ଧେକେଲା ରୁ ବାଙ୍ଗୁମୁଣ୍ଡା ଅଭିମୁଖେ ଯାଉଥିଲେ, ଯେତେବେଳେ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ପୋଲ ତଳକୁ ଖସି ପଡ଼ିଥିଲା । ସେହିପରି କେନ୍ଦୁଝର ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି । ଭଦ୍ରକ ଜିଲ୍ଲାର ତିହିଡି ଅଞ୍ଚଳର ଦୁଇଜଣ ଯୁବକ ଗୁଣ୍ଡିଚାଘାଇ ଜଳପ୍ରପାତ ଦେଖିବାକୁ ଯାଇ ଘରକୁ ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ୨ ଜଣଯାକ ମୃତ୍ୟୁବରଣ କରିଥିଲେ । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଘଟୁଥିବାବେଳେ ବ୍ଲାକ୍ ସ୍ପଟ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି । ଏ ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ ନିର୍ଦିଷ୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି । ମାତ୍ର ଏହି ବ୍ଲାକ ସ୍ପଟ ଚିହ୍ନଟ ଓ ମରାମତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଦୁର୍ଘଟଣା ଘଟୁଛି ବୋଲି ଅନେକ ମତ ଦେଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories