www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ବର ସାହିତ୍ୟ ସମାଜର ‘ଶୀତ ଉତ୍ସବ’: ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘କୈଳାସ ଲେଙ୍କା ସମ୍ମାନ’ ଏବଂ ରମାକାନ୍ତ ସାମନ୍ତରାୟଙ୍କୁ ‘ଦୀନନାଥ ପାଠୀ ସମ୍ମାନ’

ଭୁବନେଶ୍ବର: ସାହିତ୍ୟିକ ଅନୁଷ୍ଠନା ଭୁବନେଶ୍ବର ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କବି ଓ ସଂଗଠନ କୈଳାସ ଲେଙ୍କାଙ୍କ ସ୍ମୃତିରେ କବି ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘କୈଳାସ ଲେଙ୍କା ସ୍ମୃତି କବିତା ସମ୍ମାନ’ ଏବଂ ପ୍ରତିଭାବାନ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟଙ୍କୁ ‘ଦିନନାଥ ପାଠୀ ସ୍ମୃତି ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯିବ। ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍ଠାନର ବାର୍ଷିକ ସାରସ୍ବତ ସମାଗମ ‘ଶୀତ ଉତ୍ସବ’ରେ ଉଭୟଙ୍କୁ ସମ୍ମାନିତ କରାଯିବ। ଭୁବନେଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟର କାର୍ଯ୍ୟକାରୀ ବୈଠକର ନିଷ୍ପତ୍ତି ପରେ ଏହା ଘୋଷଣା କରାଯାଇଛି।

ସେନାପତି ପ୍ରଦ୍ୟୁମ୍ନ କେଶରୀ ‘ମହୁମୁହାଣ’, ‘ଅଲଗା ଅଯୋଦ୍ଧା’, ‘ଖେଳଛୁଟିର ଖରା’, ’ପାପତୃଷ୍ଣା’, ‘ଧୂଳିବେଶ’, ‘ଭାଜ୍ୟଭାଜକ’, ‘ପୁରାଣ ନଦୀ’ ଏବଂ ‘ପୋଯାତ୍ରା’ ପରି କବିତା ଗ୍ରନ୍ଥର ରଚନା କରିଛନ୍ତି। ସେହିପରି ରମାକାନ୍ତ ସାମନ୍ତରାୟ ଜଣେ ଚିତ୍ରଶିଳ୍ପୀ ଭାବରେ ରାଜ୍ୟ ଓ ଜାତୀୟସ୍ତରରେ ଆଦୃତ। ତାଙ୍କର ଅନେକ ଚିତ୍ର ଏକାଧିକ ପ୍ରଦର୍ଶନୀରେ ସ୍ଥାନୀତ ହୋଇଛି। କଳା ଇତିହାସ ଓ ଚିତ୍ର ସମୀକ୍ଷାରେ ମଧ୍ୟ ତାଙ୍କର ଆଦୃତି ରହିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories