ପୁରୀ: ପୁରୀ ହାଜତ ମୃତ୍ୟୁ ମାମଲାରେ ଓଡିଶା ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ହାଇକୋର୍ଟଙ୍କ ମଧ୍ୟବର୍ତୀକାଳୀନ ନିର୍ଦେଶ ଅନୁସାରେ ଏହି ଅର୍ଥ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
ଗତ ନଭେମ୍ବର୧୯ ତାରିଖରେ ରେ ପୁରୀ ସହରର ଲୋକନାଥ ରୋଡ ଅଞ୍ଚଳର ୩୩ ବର୍ଷିୟ ତେଲୁଗୁ ଯୁବକ କେ ରମେଶଙ୍କୁ କିଛି ପୁରୁଣା ମାମଲାରେ ପୋଲିସ ଉଠାଇ ନେଇଥିଲା।
ସେ ସେଠାରେ ପୁଲିସ କର୍ମଚାରୀଙ୍କ ସହ ଝଗଡ଼ା କରିଥିବା ଅଭିଯୋଗ ହୋଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାର ସଦସ୍ୟ ଅଭିଯୋଗ ଅନୁସାରେ ରମେଶଙ୍କୁ ପୁଲିସ ପିଟିପିଟି ମାରି ଦେଇଥିଲା ଏବଂ ତାଙ୍କ ମୃତଦେହ ସେମାନଙ୍କୁ ହସ୍ତାନ୍ତର କରାଯାଇ ନ ଥିଲା । ଏହାକୁ ନେଇ ତୁମ୍ଭୀତୋଫାନ ସୃଷ୍ଟି ହୋଇଥିଲା ଓ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଦାୟୀ କରିଥିଲେ ।
ଏହାପରେ ପୁରୀ ଏସପିଙ୍କୁ ସରକାର ବଦଳି କରିଥିଲେ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା ।



