www.samajalive.in
Monday, December 15, 2025
16.1 C
Bhubaneswar

ନୀଳଗିରିରେ ୫ଜଣଙ୍କୁ ଝାମ୍ପି କ୍ଷତାକ୍ତ କଲା ରକ୍ତମୁଖା ଭାଲୁ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳଟି ଭାଲୁପ୍ରବଣ ଅଞ୍ଚଳଭାବେ ପରିଚିତ। ତେବେ ଏହି ଅଞ୍ଚଳରେ ଏକ ଭାଲୁ ରକ୍ତମୁଖା ହୋଇ ୫ଜଣଙ୍କୁ ଝାମ୍ପି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଛି।

ମିତ୍ରପୁର ନିକଟସ୍ଥ ତଥା ନୀଳଗିରି ବ୍ଲକର ସୀମାନ୍ତରେ ଥିବା ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବାଉଁଶବୁଦା ମୂଳରେ ନିଆଁ ଲଗାଇବା ଯୋଗୁ ଏହା ଭିତରେ ଲୁଚି ରହିଥିବା ଗୋଟିଏ ଭାଲୁ ମଙ୍ଗଳବାର ମିତ୍ରପୁର ଅଞ୍ଚଳରେ ଉପଦ୍ରବ ଘଟାଇଛି। ଏହି ଭାଲୁଟି ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ପ୍ରଥମେ ମିତ୍ରପୁରର ଗୋପନାରାୟଣ ମହାପାତ୍ରଙ୍କ ବାଡ଼ିରେ କାମ କରୁଥିବା ଜାମବଣି ଅଞ୍ଚଳର ଶୁକୁରା ସିଂ (୫୦)ଙ୍କୁ ଆକ୍ରମଣ କରିଥିଲା। ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି କରିଥିଲା। ପରେ ମିତ୍ରପୁର ଚର୍ଚ୍ଚ ପାଖକୁ ଯାଇ ଏହି ଭାଲୁଟି ଗଡ଼ିଆରେ ମାଛ କାତି ଛଡ଼ାଉଥିବା ରୁନା ସିଂଙ୍କ ସ୍ତ୍ରୀ ଭାରତୀ (୩୫) ଏବଂ ତାଙ୍କ ଝିଅ ଜଲି (୧୦)ଙ୍କୁ ଆକ୍ରମଣ କରିଥିଲା। ପରେ କେପିମାହାଲ ଅଞ୍ଚଳରେ ବାଉଁଶକଣ୍ଟା କାଟୁଥିବା ଚତ୍ରିଖୁଣ୍ଟା ଅଞ୍ଚଳର ଲକ୍ଷ୍ମଣ ସିଂ (୪୯)ଙ୍କ ମୁଣ୍ଡକୁ ଝାମ୍ପି ନେଇଥିଲା। ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁହଁ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେଠାରୁ ଏହି ଭାଲୁଟି ମିତ୍ରପୁର ବଜାରର ନିରଞ୍ଜନ ଲେଙ୍କା ଘର ସମ୍ମୁଖରେ ଖଟିଆ ବୁଣୁଥିବା ମଖାପଦା ଅଞ୍ଚଳର କିଶୋର ସିଂ (୬୦)ଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ଭାଲୁ ଆକ୍ରମଣରେ ସମସ୍ତ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଶୁକୁରାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣ ପରେ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories