ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ପୁନର୍ବାର ଦୈନିକ ସଂକ୍ରମଣରେ ବୃଦ୍ଧି ଲକ୍ଷ୍ୟ କରାଯାଇଛି। ସେହିଭଳି ଦିନକ ମଧ୍ୟରେ ୪୧,୬୭୮ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୩୯% ହୋଇଛି।
କରୋନାରୁ ଏପର୍ଯ୍ୟନ୍ତ ମୋଟ ୩,୦୬,୬୩,୧୪୭ ଜଣ ଆରୋଗ୍ୟ ହୋଇସାରିଥିବାବେଳେ ସଂପ୍ରତି ୩,୯୯,୪୩୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଦୈନିକ ସଂକ୍ରମଣ ହରା ୨.୫୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬% ରହିଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୪୬.୦୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହିଭଳି ଏହି ସମୟ ମଧ୍ୟରେ ମୋଟ ୪୪.୬୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି।



