www.samajalive.in
Sunday, December 7, 2025
15.1 C
Bhubaneswar

ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢିଗଲା ଟ୍ରକ; ୧୮ ମୃତ, ୨୦ରୁ ଅଧିକ ଆହତ

ବାରବାଙ୍କି: ଏକ ଦୁର୍ଭାଗ୍ୟଜନକ ଘଟଣାରେ ଉତ୍ତର ପ୍ରଦେଶରେ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗାମୀ ଟ୍ରକ ମାଡିଯିବାରୁ ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହାସପାତାଳରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ ବାରବାଙ୍କି ଜିଲାରେ ଲଖ୍‍ନଉ-ଅଯୋଧ୍ୟା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ବିହାର ବାସିନ୍ଦା କିଛି ଶ୍ରମିକ ଏକ ବସଯୋଗେ ହରିଆଣାରୁ ମଙ୍ଗଳବାର ରାତିରେ ନିଜ ରାଜ୍ୟକୁ ଫେରୁଥିଲେ । ତେବେ ବସରେ ଯାନ୍ତ୍ରିକ ସମସ୍ୟା ଦେଖାଦେବାରୁ ବସ ଡ୍ରାଇଭର ବସକୁ ରାସ୍ତା କଡରେ ଛିଡା କରାଇଥିଲେ । ସେହି ସମୟରେ ବସରେ ଥିବା ଶ୍ରମିକମାନେ ତଳକୁ ଓହ୍ଲାଇ ବସ ପଛପଟେ ଶୋଇ ବିଶ୍ରାମ ନେଉଥିଳେ । ସେହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଶ୍ରମିକଙ୍କ ଉପରେ ମାଡିଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ସେଠାରେ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ । ସମସ୍ତ ଆହତଙ୍କୁ ନିକଟସ୍ଥ ହାସପାତାଳକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଇତିମଧ୍ୟରେ ମୃତ ଶ୍ରମିକମାନଙ୍କ ପରିଚୟ ଜାଣିବାକୁ ସ୍ଥାନୀୟ ପ୍ରଶାସନ ଉଦ୍ୟମ କରୁଛି ବୋଲି ଜୋନ ଏଡିଜି ସତ୍ୟ ନାରାୟଣ ସାବତ କହିଛନ୍ତି ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରବାଙ୍କି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ପ୍ରତି ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories