www.samajalive.in
Saturday, December 13, 2025
15.1 C
Bhubaneswar

ରେଳ ଟିକେଟରେ ମୋଦୀଙ୍କ ଫଟୋ; ୪ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଟ୍ରେନ ଟିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଛପାଇ ଅଡୁଆରେ ପଡ଼ିଛନ୍ତି ରେଲୱେର ୪ ଅଧିକାରୀ। ରେଲୱେ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଲମ୍ବନ କରିଛନ୍ତି। ରେଳ ଟିକେଟରେ ମୋଦୀଙ୍କ ଫଟୋ ଦେଖିବାକୁ ମିଳିବା ପରେ ନିର୍ବାଚନ ଆୟୋଗ ଏ ସମ୍ପର୍କରେ ରେଲୱେକୁ ନୋଟିସ ଜାରି କରିଥିଲେ।

ନିର୍ବାଚନ ସମୟରେ ଅନେକ ଦଳ, ରାଜନେତା, ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ କରିବା ସହ ଅଶ୍ଳୀଳ, ଅରୁଚିକର ତଥା ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। କିନ୍ତୁ ନିର୍ବାଚନ ଆୟୋଗ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଗତ ସୋମବାର ସୁପ୍ରିମକୋର୍ଟ ଆୟୋଗଙ୍କୁ ଭର୍ତ୍ସନା କରିଥିଲେ। ଏହା ପରେ ସର୍ବପ୍ରଥମେ ଆୟୋଗ ବିବାଦୀୟ ଏବଂ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଉଥିବା ରାଜନେତାମାନଙ୍କ ପ୍ରଚାର ଉପରେ କଟକଣା ଲଗାଇଥିଲେ। ବର୍ତ୍ତମାନ ଅନ୍ୟାନ୍ୟ କ୍ଷେତ୍ରରେ ହେଉଥିବା ଆଚରଣ ବିଧି ଉଲ୍ଲଂଘନ ଉପରେ ଆୟୋଗ ନଜର ଦେଇଛନ୍ତି। ବାରାମ୍ବକୀରୁ ବାରାଣସୀ ଯାଉଥିବା ଗଙ୍ଗା ସତଲଜ ଏକ୍ସପ୍ରେସ(୧୩୩୦୮)ର ୩ୟ ଶ୍ରେଣୀ ଏସିରେ ଟିକେଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା। ଟିକେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କ ପାଇଁ ଆବାସ ବିଜ୍ଞାପନ ସହ ମୋଦୀଙ୍କ ଫଟୋ ଛପାଯାଇତିଲା। ଏ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ନିର୍ବାଚନ ଆୟୋଗ ରେଲୱେକୁ ନୋଟିସ ପଠାଇଥିଲେ। ରେଲୱେ ପକ୍ଷରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories