www.samajalive.in
Monday, December 8, 2025
24.1 C
Bhubaneswar

ଏନଆଇଟି କନିଷ୍ଠ ସହାୟକ ପଦ ପାଇଁ ପରୀକ୍ଷା ଦେଉଥିଲେ ୪ ପରୀକ୍ଷାର୍ଥୀ, ଗିରଫ କଲା ରାଉରକେଲା ପୁଲିସ

ରାଉରକେଲା: ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏନଆଇଟି) ରାଉରକେଲା କ୍ୟାମ୍ପସରୁ ୪ ନକଲି ପରୀକ୍ଷାର୍ଥୀଙ୍କୁ ପୁଲିସ ଅଟକ ରଖିଛି। ଅଣଶିକ୍ଷକ କର୍ମଚାରୀ ପାଇଁ ଚାଲିଥିଲାବେଳେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଜଣାପଡ଼ିଥିଲା। ପରୀକ୍ଷାରେ ବସିଥିଲେ ୪ ନକଲି ପ୍ରାର୍ଥୀ ବସିଥିବା ଜଣାପଡ଼ିଲା ପରେ ସେକ୍ଟର ୩ ଥାନାରେ ଏନଆଇଟି କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି।

ରାଉରକେଲା ସ୍ଥିତ ଏନଆଇଟିରେ କନିଷ୍ଠ ସହାୟକ ନିଯୁକ୍ତି ପାଇଁ ପରୀକ୍ଷା ଚାଲୁଥିବା ବେଳେ ୪ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ। ଏମାନେ ସମସ୍ତେ ହରିୟାଣା ରାଜ୍ୟର ବୋଲି ଜଣାପଡ଼ିଛି।

- Advertisement -

ଗତକାଲି ପରୀକ୍ଷା ଚାଲିଥିବା ବେଳେ ଏହି ୪ଜଣଙ୍କୁ ସନ୍ଦେହ କରି ଏନଆଇଟି କର୍ତ୍ତୃପକ୍ଷ ଅଟକ ରଖିଥିଲେ। ଏହାପରେ ଏନଆଇଟି କର୍ତ୍ତୃପକ୍ଷ ଏନେଇ ସେକ୍ଟର-୩ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି। ତେବେ ସେମାନେ କେଉଁ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ, ବଦଳ ପରୀକ୍ଷାର୍ଥୀ ହେବା ପାଇଁ ସେମାନଙ୍କୁ କେତେ ଟଙ୍କା ମିଳିଥିଲା, ସେ ନେଇ ପୁଲିସ କିଛି କହି ନାହିଁ। ଏ ସବୁ ଦିଗରେ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଡିଏସ୍‌ପି ପୁଷ୍ପାଞ୍ଜଳି ଲିଙ୍ଗି ପ୍ରକାଶ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories